୭୭ତମ ଏନସିସି ଦିବସ ପାଳିତ
ମାଲକାନଗିରି, ୨୪/୧୧/୨୦୨୫ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ୭୭ତମ ଏନସିସି ଦିବସ ପାଳିତ ହେଇଯାଇଛି। ଏହି ସଭାଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ବାରିକ୍ ସଭାପତିତ୍ବ କରିଥିଲେ ଏବଂ ଏନସିସି ଦିବସର ମହତ୍ତ୍ ଓ ଗୁଣ ବିଷୟ ଆଲୋଚନା କରିଥଲେ। ମୁଖ୍ୟ ଅତିଥି ଭାବରେ , ୧୧୦ ବାଟାଲିୟନ ବିଏସଏଫ କମାଣ୍ଡଣ୍ଟ ଶ୍ରୀ ସନ୍ଦୀପ ଯୋଗ ଦେଇ ପତାକା ଉତ୍ତୋଳନ କରି କ୍ୟାଡେଟମାନଙ୍କୁ ଅଭିବାଦନ ଜଣାଇ ନେତୃତ୍ଵ ଓ ମୂଲ୍ୟବୋଧ ଉପରେ ଉତ୍ସାହ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବିଏସଏଫ ସେକ୍ଟର ହେଡ୍ କ୍ୱାର୍ଟର ଡି ସି ଜି ରବି ଶଙ୍କର ଏନସିସି କ୍ୟାଡେଟମାନଙ୍କୁ ଲକ୍ଷ୍ୟ ଏବଂ ଚରିତ୍ର ବିଷୟରେ କହିଥିଲେ। ୭୭ତମ ଏନସିସି ଦିବସ ଉପଲକ୍ଷେ ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ , ଦେଶାତ୍ମବୋଧକ ଭକ୍ତିମୟ ଗୀତ,ଏନସିସି ସଙ୍ଗୀତ, ରକ୍ତ ଦାନ ଶିବିର ଏବଂ ମୁଖ୍ୟ ଆକର୍ଷଣ ଫ୍ଲାଗ ଏରିଆରେ ମାଲକାନଗିରିର ଇତିହାସ କ୍ୟାଡେଟମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ସେହିପରି ରଚନା ଲିଖନି, ଡ୍ରିଲ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେଥିରେ ଗୁଣବାନ କ୍ୟାଡେଟମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ସଭାଟିକୁ ଏନସିସି ଅଧିକାରୀ ଏଲ୍ . ଟି ସୁଶାନ୍ତ ମାଝି ସ୍ଵାଗତ ଏବଂ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ବୁଦ୍ଧି ଜିବୀ ଉପସ୍ଥିତ ଥିଲେ। ସଭା ଶେଷରେ ଏନସିସି ବାଳିକା ବିଭାଗର ସିଟିଓ ପ୍ରେମ୍ ରେଖା ଭତ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0