।। ହିନ୍ଦି ଦିବସ ଅବସରରେ ପୁରସ୍କାର ବିତରଣୀ ଉତ୍ସବ ।।

Sep 30, 2024 - 19:29
 0  10
।। ହିନ୍ଦି ଦିବସ ଅବସରରେ ପୁରସ୍କାର ବିତରଣୀ ଉତ୍ସବ ।।

ବାରିପଦା - ତା :- ୩୦/୦୯/୨୦୨୪ ରିଖ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ବାରିପଦା ଆନୁକୂଲ୍ୟରେ ହିନ୍ଦି ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟ ପରିସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି I ଶ୍ରୀମା ମହିଳା ମହାବିଦ୍ୟାଳୟର ଉମରା ପରବିନ, ଶିକ୍ଷା ଓ ଶିକ୍ଷକ ତାଲିମ ଅନୁଷ୍ଠାନର ଅଞ୍ଜଳି ବେହେରା, ଏମ ପି କେ ବାଳିକା ବିଦ୍ୟାଳୟର ଗାୟତ୍ରୀ ସ୍ୱାଇଁ, ଶ୍ରୀପଦଗଞ୍ଜ ଉଚ୍ଚ ବିଦ୍ୟାଳୟର ଶ୍ରୀୟାଂଶୀ କୁଁଅରବାବୁ, ଏମ ଟି କେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରିଷ୍ଣା ମହାନ୍ତ, ପାଣ୍ଡେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁପ୍ରିୟା ବେହେରା, ଆଦର୍ଶ ଦୁର୍ଗାବତୀ ରାଷ୍ଟ୍ରଭାଷା ବିଦ୍ୟାଳୟର ଅଞ୍ଜଳୀ କୁମାରୀ ଓ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରୀତି ମହାରଣା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ଅନ୍ୟ ୨୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଏହି ମହାବିଦ୍ୟାଳୟର ଅଧ୍ୟକ୍ଷା ଗୀତା ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡଃ ଶ୍ୟାମ ସୁନ୍ଦର ଦାସ, ସାମ୍ବାଦିକ ସଞ୍ଜୟ ଚୌଧୁରୀ, କଲ୍ୟାଣୀ ମହିଳା ସମିତିର ସମ୍ପାଦିକା କଳ୍ପନା ଷଢଙ୍ଗୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ଶିକ୍ଷକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ସନ୍ଧ୍ୟାରାଣୀ ଦାସ ସ୍ୱାଗତ ସଂଗୀତ ଗାନ କରିଥିଲେ I ସମିତିର ସମ୍ପାଦିକା ପ୍ରଭାତ ମଞ୍ଜରୀ ଦାଶଶର୍ମା ବିବରଣୀ ପାଠ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଯୋଗେନ୍ଦ୍ର ଶତପଥି, କମଳ ଲୋଚନ ମହାକୁଡ଼, ଶେଖ ଜିକରୁଲ୍ଲା, ପୁର୍ଣିମା ପଣ୍ଡା, ବୈଜୟନ୍ତୀ ପାଲ, ରଜନୀ ବାରିକ ଓ ଆଇନଜୀବୀ ପାର୍ବତୀ ବାରିକ ପ୍ରମୁଖ ଉପସ୍ଥିତ ରହି ହିନ୍ଦି ଦିବସ ଉପରେ ଆଲୋକପାତ କରିଥିଲେ I ହିନ୍ଦି ଅଧ୍ୟାପିକା ଐଶ୍ୱର୍ଯ୍ୟI ବଡ଼ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ