।। ହିତାଧିକାରୀ ମାନଙ୍କୁ ତିନିମାସର ପି.ଡି.ଏସ. ଚାଉଳ ମିଳିନଥିବାରୁ ପଞ୍ଚାୟତ କାର୍ଯ୍ୟଲୟକୁ ଘେରିଲେ ହିତାଧିକାରୀ ।l

ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଗଣ୍ଡlମେର ପଞ୍ଚାୟତରେ ହିତାଧିକାରୀଙ୍କୁ ତିନିମାସର ପି.ଡି.ଏସ. ଚାଉଳ ମିଳିନାହିଁ l ଏହାର ପ୍ରତିବାଦରେ ହିତାଧିକାରୀମାନେ ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି l ସୂଚନା ମୁତାବକ, ଗଣ୍ଡାମେର ପଞ୍ଚାୟତ ଲର୍କ୍କି ଗାଁ ର ଦୁଇଶହ ରୁ ଅଧିକ ହିତାଧିକାରୀଙ୍କୁ ଗତ ତିନିମାସ ହେଲା ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ l କିଛି ଦିନ ତଳେ ପ୍ରଶାସନର ଏକ କାର୍ଯ୍ୟକ୍ରମ ଚାଲିଥିଲା, ହିତାଧିକାରୀମାନେ ସେଠାରେ ପହଞ୍ଚି 3 ମାସର ଚାଉଳ ପାଇନଥିବା ବିଡ଼ିଓ ସୁଶାନ୍ତ ରଣାଙ୍କୁ ଜଣାଇଥିଲେ l ପରେ ହିତାଧିକାରୀଙ୍କୁ ଚାଉଳ ଦେବାକୁ ବିଡ଼ିଓ ଶ୍ରୀ ରଣା ପାଞ୍ଚାୟତ କର୍ତୁପକ୍ଷକୁ ନିର୍ଦେଶ ଦେଇଥିଲେ l ଏହି ନିର୍ଦେଶ ଅନୁସାରେ ହିତାଧିକାରୀମାନେ ଚାଉଳ ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ l ମାତ୍ର ପାଞ୍ଚାୟତରେ ଚାଉଳ ଉପଲବ୍ଧ ନଥିବା ଯୋଗାଣ ସହାୟକ ଉତ୍ତର ଦେଇଥିଲେ l ଏଥି ସହ ଚାଉଳ ଦେବାକୁ ମନା କରିବାରୁ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ବେଳେ କୋମନା ବ୍ଲକ ଯୁବ କଂଙ୍ଗ୍ରେସ ସଭାପତି ନରେନ୍ଦ୍ର ନାଗ, ଦଳିତ ଅଧିକାର ମଞ୍ଚ ଜ଼ିଲ୍ଲା ସଭାପତି ରଞ୍ଜନ ସେନାପତି ଓ ସାମlଜିକ କର୍ମୀ ଲକ୍ଷ୍ୟ ସୁନାଙ୍କ ନେତୃତ୍ୱରେ ହିତାଧିକାରୀମାନେ ପଞ୍ଚାୟତ ଅଫିସ ଘେରାଉ କରି ଭିକ୍ଷୁବ ପ୍ରଦର୍ଶନ କରିଥିଲେ l ପ୍ରତିମାସରେ ହିତାଧିକାରୀଙ୍କୁ ଦେବାପାଇଁ ଚାଉଳ ଆସୁଛି ହେଲେ ତିନିମାସ ଚାଉଳ କୁଆଡେ ଗଲା ବୋଲି ହିତାଧିକାରୀ ପ୍ରଶ୍ନ କରିଥିଲେ l ଅନ୍ୟପଟେ ହିତାଧିକାରୀମାନେ 3ମାସର ଚାଉଳକୁ ପଞ୍ଚାୟତ କର୍ତ୍ତୃପକ୍ଷ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି l ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l ଏନେଇ ବିଡ଼ିଓ ଶ୍ରୀ ରଣାଙ୍କୁ ପଚାରିବାରୁ ଆଜି ଚାଉଳ ଦେବାକୁ ଯୋଗାଣ ସହାୟକଙ୍କୁ ନିର୍ଦେଶ ଦିଆଯାଇଥିଲା l ଚାଉଳ ଦେଇନଥିବା ଅଭିଯୋଗ ଆସିନାହିଁ l ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l
What's Your Reaction?






