।। ହାତୀ ଆକ୍ରମଣରେ ପୁଣି ଜଣେ ମୃତ ।।

Jun 30, 2023 - 23:00
 0  17
।। ହାତୀ ଆକ୍ରମଣରେ ପୁଣି ଜଣେ ମୃତ ।।

ଜଙ୍ଗଲି ହାତୀ ଆକ୍ରମଣରେ ପୁଣି ଜଣେ ନିରୀହଙ୍କ ଜୀବନ ଚାଲିଗଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମ ପଞ୍ଚାୟତ ଅଧିନ ଟେଭାମହୁଲ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ଗୁରୁବାର ରାତି ପ୍ରାୟ ୧୦.୩୦ରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଗାଁ ଭିତରକୁ ପଶି ଆସିଥିବା ଜଙ୍ଗଲି ହାତୀ ଆକ୍ରମଣର ଶିକାର ହୋଇ ଗ୍ରାମର ଓ୍ବାର୍ଡ ମେମ୍ବର ପଞ୍ଚୁ ମାଝୀ(୫୦)ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରୁ ହାତୀ ନିକଟ ଜଙ୍ଗଲ ଭିତରକୁ ଚାଲିଗଲା ପରେ ପଡିଶା ଲୋକେ ତୁରନ୍ତ ଡାକ୍ତରଖାନାକୁ ନେବାପାଇଁ ବାହାରି ଥିବା ବେଳେ କିଛି ସମୟ ମଧ୍ୟରେ ଜୀବନ ଚାଲିଯାଇଥିବା କହିଛନ୍ତି ଗ୍ରାମବାସୀ।

ଶୁକ୍ରବାର ସକାଳୁ ସୂଚନା ପାଇ ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ଡର ସାଇସୁରୁନୀ ରେଞ୍ଜ ର ଆସିଷ୍ଟାଣ୍ଟ କଞ୍ଜରଭେଟର ଶ୍ରୀ ବିମଲ ଟୋପ୍ନୋ ବନ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଏବଂ ଏଏସ୍ଆଇ ଅଜୟ ନାଏକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ପାଇଁ ଶବ ବାହକ ଗାଡି ଉପଲବ୍ଧ ନଥିବା ବେଳେ ସମାଜ ସେବୀ ନବୀନ ନାଏକ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କାଣିଗୁମା ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାର ଅମ୍ବୁଲାନ୍ସ ପହଞ୍ଚିବା ପରେ ଉକ୍ତ ଗାଡ଼ିରେ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।ମୃତ ପଞ୍ଚୁ ମାଝୀଙ୍କ ପରିବାର ପ୍ରତିପୋଷଣର ବୋଝ ବର୍ତ୍ତମାନ ସ୍ତ୍ରୀ ନାରିଙ୍ଗ ଦେଇଙ୍କ ଉପରେ।ଏପରି ସ୍ଥଳେ ମୃତକ ପରିବାରକୁ ବନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆସିଷ୍ଟାଣ୍ଟ କଞ୍ଜରଭେଟର ଶ୍ରୀ ଟୋପ୍ନୋ ସୂଚନା ଦେଇଛନ୍ତି।କାଣିଗୁମା ସରପଞ୍ଚ ଧ୍ରୁବ ଚରଣ ମାଝୀ, ସମାଜ ସେବୀ ନବୀନ ନାଏକ, ସମାଜସେବୀ ଉପେନ୍ଦ୍ର ନାଏକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ସହଯୋଗ କରିଥିଲେ। 

କଳାହାଣ୍ଡି ଜିଲ୍ଲାରୁ ମୁକୁନ୍ଦ ନାୟକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ