ହଟ୍ଟଗୋଳ ମଧ୍ୟରେ ନୂଆପଡା ଜିଲ୍ଲାର ଷଷ୍ଠ ଜିଲ୍ଲାପରିଷଦ ବୈଠକ

ମ୍ଆପଡା- ନୂଆପଡା ଜିଲ୍ଲା ସଦରମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଆଜି ନୂଆପଡା ଜିଲ୍ଲା ର ଷଷ୍ଠ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଳାହାଣ୍ଡି ସାଂସଦ ମାଳବିକ। କେଶରୀ ଦେଓଙ୍କ ପ୍ରତିନିଧି ପ୍ରେମ ଅଗ୍ରଓ୍ବାଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଇଂ ଦିପିକା ଦୀପ, ଜିଲ୍ଲାର ୧୪ଟି ଯାକ ଜିଲ୍ଲା ପରିଷଦ ସଦସ୍ୟ ପାଞ୍ଚଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସମସ୍ତ ବିଭାଗୀୟ ଅଧିକାରି ଉପସ୍ଥିତ ଥିଲେ । ସାଧାରଣ ନିର୍ବାଚନ ପରେ ଏହା ପ୍ରଥମ ଜିଲ୍ଲାପରିଷଦ ବୈଠକ ହୋଇଥିବାରୁ ସର୍ବପ୍ରଥମେ ବୈଠକରେ ନବନିର୍ବାଚିତ ବିଧାୟକ ଦ୍ୱୟଙ୍କୁ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଥମେ ନିଜର ସ୍ବାଗତ ଅଭିଭାଷଣ ରଖିଥିଲେ । ପରେ ଜିଲ୍ଲାପାଳ ହେମକାନ୍ତ ସାୟ ଆମେ ଚେଷ୍ଟା କରୁଛୁ ପ୍ରତି ବର୍ଷ ଅନ୍ୟୁନ ଚାରିଟି ଜିଲ୍ଲାପରିଷଦ ବୈଠକ କରିବା ପାଇଁ କିନ୍ତୁ ଶେଷ ବୈଠକ ପୂର୍ବରୁ ଆଦର୍ଶ ଅଚରଣବିଧି ଲାଗିଯିବାରୁ ଅମେ ବୈଠକ କରିପାରିନଥିଲୁ ବୋଲି କହିଥିଲେ । ସେହିପରି ଦୁଇ ବିଧାୟକ ଦଳମତ ନିର୍ବିଶେଷରେ ଜିଲ୍ଲାର ପ୍ରଗତିରେ ସମସ୍ତ ଙ୍କର ସମାନ ଓ ଉପଯୁକ୍ତ ଭାଗିଦାରିତା ଉପରେ ଗୁରୁତ୍ବ ଦେଇଥିଲେ । ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲ । କିନ୍ତୁ ଏଥର ସଭାରେ ଜିଲ୍ଲାପରିଷଦ ସଭ୍ୟ ମାନଙ୍କ ମୂଡ କିଛି ଅନ୍ୟ ପ୍ରକାର ଦେଖିବାକୁ ମିଳିଥିଲା । ଅବଶ୍ୟ ଜିଲ୍ଲାପରିଷଦ ବୈଠକରେ ସରକାରୀ ଦଳର ବିଶେଷ ପ୍ରତିନିଧିତ୍ବ ନ ଥିଲା କିନ୍ତୁ ପୂର୍ବରୁ ଶାସକ ଦଳ ଏବଂ ବର୍ତ୍ତମାନ ବିରୋଧି ଦଳରେ ଥିବା ସଦସ୍ୟ ମାନେ ପ୍ରତି କ୍ଷେତ୍ରରେ ବିଭାଗୟ ଅଧିକାରୀ ମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ଏମଧ୍ୟରେ ଢୋଲକିଆ ଙ୍କ କଞ୍ଚନବେନ ରଶିକଲାଲ ଢୋଲକିଆ ଚେରିଟେବଲ ଟ୍ରଷ୍ଟ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଅନ୍ଵେଷା ଯୋଜନାରେ ଛାତ୍ର ଛାତ୍ରୀ ଙ୍କୁ ନିମ୍ନ ମାନର ସୁବିଧା ମିଳୁଥିବା ନେଇ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି ଙ୍କ ଅଭିଯୋଗ କୁ ନେଇ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଜିଲ୍ଲା ପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝି ଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା । ଏପରିକି ଉଭୟ ନିଜ ଗୁରୁତ୍ବ ଦେଇଥିଲେ । ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଏଥର ସଭାରେ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ସୂଡ କିଛି ଅନ୍ୟ ପ୍ରକାର ଦେଖିବାକୁ ମିଳିଥିଲା । ଅବଶ୍ୟ ଜିଲ୍ଲାପରିଷଦ ବୈଠକରେ ସରକାରୀ ଦଳର ବିଶେଷ ପ୍ରତିନିଧିତ୍ବ ନଥିଲା କିନ୍ତୁ ପୂର୍ବରୁ ଶାସକ ଦଳ ଏବଂ ବର୍ତମାନ ବିରୋଧି ଦଳରେ ଥିବା ସଦସ୍ୟ ମାନେ ପ୍ରତି କ୍ଷେତ୍ରରେ ବିଭାଗିୟ ଅଧିକାରି ମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ I ଏ ମଧ୍ୟରେ ଢୋଲକିଆ ଙ୍କ କଂଚନବେନ ରଶିକଲାଲ ଢୋଲକିଆ ଚେରିଟେବଲ ଟ୍ରଷ୍ଟ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଅନ୍ଵେଷା ଯୋଜନାରେ ଛାତ୍ର ଛାତ୍ରୀ ଙ୍କୁ ନିମ୍ନ ମାନର ସୁବିଧା ମିଳୁଥିବା ନେଇ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି ଙ୍କ ଅଭିଯୋଗ କୁ ନେଇ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଜିଲ୍ଲାପରିଷଦ ସଦସ୍ୟ ତଥା ପୂର୍ବତନ ଜିଲ୍ଲାପରିଷଦ ଉପଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝି ଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା । ଏପରିକି ଉଭୟ ନିଜ ଆସନରୁ ଉଠି ଉଭୟ ଉଭୟଙ୍କୁ ଦୋଷାରୋପ କରିବାରେ ଦେଖିବାକୁ ମିଳିଥିଲା । ପରେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଫଳରେ ଉଭୟଙ୍କ ରାଗ ଥମିଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲାରେ ଉଠା ଜଳସେଚନ ବିଭାଗ ଦ୍ୱାରା ଗଭୀର ନଳକୂପ ଖନନ କରାଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ନହେବାରୁ ତାହା ଚାଷି ଙ୍କ କୌଣସି କାର୍ଯ୍ୟରେ ଆସୁନଥିବାନେଇ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ଏହା ବ୍ୟତିତ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରତି ତିନି ବର୍ଷରେ ବଦଳି କରିବାକୁ ମଧ୍ୟ ସଦସ୍ୟ ମାନେ ଦାବି କରିଥିଲେ । ସେମାନଙ୍କ କହିବା ମୁତାବକ ଅନେକ କର୍ମଚାରୀ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷଧରି ନିଜଚେର ଜମାଇ ବସିଛନ୍ତି ଫଳରେ ଦୁର୍ନିତି ବଢ଼ୁଛି ଏହା ବ୍ୟତିତ ଅନେକ ସମୟରେ କିଛି କର୍ମଚାରୀ ମାନଙ୍କୁ ନାମକୁ ମାତ୍ର ଅନ୍ୟତ୍ର ବଦଳି କରି କିଛି ମାସ ପରେ ପୁନଃ ପୁରୁଣା ସ୍ଥାନକୁ ଫେରାଇ ଆଣାଯାଉଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ। ସେହିପରି ସାଂସଦ ପ୍ରତିନିଧି ପ୍ରେମ ଅଗ୍ରଓ୍ବାଲ ସରକାର ଙ୍କ ନିୟମ ମୁତାବକ ପ୍ରତ୍ୟକ ବେସରକାରି ଶିକ୍ଷା ଅନୁଷ୍ଠାନ ଆରଟିଇ ଅନୁଯାୟି ନିଜ ନିଜ ଅନୁଷ୍ଠାନର ୨୫% ଆସନରେ ଗରିବ ପିଲାଙ୍କୁ ନା ଲେଖାଇବା କଥା କିନ୍ତୁ ଜିଲ୍ଲାର କୌଣସି ବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ଏହା ଦେଖିବାକୁ ମିଳୁନାହିଁ ବୋଲି କ୍ଷୋଭ ପ୍ରକାସ କରିଥିଲେ । ଏହା ବ୍ୟତିତ ସମସ୍ତ ସିବିଏସଇ କିମ୍ବା ଆଇସିଏସଇ ବିଦ୍ୟାଳୟ ଗୁଡିକ ନିଜ ନିଜ ବିଦ୍ୟାଳୟରେ ଏନସିଇଆଟି ଦ୍ୱାରା ପ୍ରଚଳିତ ପୁସ୍ତକ ବ୍ୟବହାର କରିବା କଥା କିନ୍ତୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ସେପରି କରୁନଥିବା ଦେଖିବାକୁ ମିଳୁଛି ବୋଲି ଅରୋପ ଲଗାଇଥିଲେ । ଏହାଛଡା ଜିଲ୍ଲାର ସମସ୍ତ ବେସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନ କୌଣସି ବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରେ ଏହା ଦେଖିବାକୁ ମିଳୁ ନାହିଁ ବୋଲି କ୍ଷୋଭ ପ୍ରକାସ କରିଥିଲେ । ଏହା ବ୍ୟତିତ ସମସ୍ତ ସିବିଏସଇ କିମ୍ବା ଆଇସିଏସଇ ବିଦ୍ୟାଳୟ ଗୁଡିକ ନିଜ ନିଜ ବିଦ୍ୟାଳୟରେ ଏନସିଇଆଟି ଦ୍ବାର ପ୍ରଚଳିତ ପୁସ୍ତକ ବ୍ୟବହାର କରିବା କଥା କିନ୍ତୁ ବେସକାରୀ ଶିକ୍ଷାନୁଷ୍ଠାନଗୁଡିକ ସେପରି କରୁନଥିବା ଦେଖିବାକୁ ମିଳୁଛି ବୋଲି ଅରୋପ ଲଗାଇଥିଲେ । ଏହାଛଡା ଜିଲ୍ଲାର ସମସ୍ତ ବେସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଏନସିଇଆରଟି ଦ୍ବାର ପ୍ରକାଶିତ ପୁସ୍ତକ ବ୍ୟବହର ବାଧ୍ୟତା ମୂଳକ କରିବାପାଇଁ ମଧ୍ୟ ଦାବି ଉପସ୍ଥାପନ କରିଥିଲେ । ଏହିପରି ଭାବରେ ଆଜି ର ବୈଠକରେ ପ୍ରତି ବିଭାଗ କୁ ନେଇ ସଦସ୍ୟ ମାନେ ନିଜ ନିଜର କ୍ଷୋଭ ବା ଅଭିଯୋଗ ବାଢିଥିଲେ । ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଧନ୍ୟବାଦ ସହ ବୈଠକଟି ସମାପ୍ତ ହୋଇଥିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






