।। ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ଜୀବନ ଜୀଉଁଛନ୍ତି ରେମତି ଶବର ସହାୟତାର ହାତ ବଡ଼ାଇଲେ ଡାକ୍ତର ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ ଘରଧାରା ଗ୍ରାମ କଲୋନୀପଡ଼ାରେ ଅସହାୟ ବିଧବା ରେମତୀ ସବରଙ୍କ ପାଖକୁ ପହଞ୍ଚି ପାରିନି ସରକାରୀ ଯୋଜନା l ଫଳରେ ସହାୟତାର ହାତ ବଡାଇଛନ୍ତି ଖଡ଼ିଆଳ ଉପଖଣ୍ଡ ଚିକିତ୍ସlଳୟର ଡାକ୍ତର ଅନ୍ନଦା ଶଙ୍କର ଦାସ l ସୂଚନାନୁସାରେ ରୋଗ ପୀଡିତ ହୋଇ ରେମତିଙ୍କ ସ୍ୱାମୀ ଗୌରାଙ୍ଗ ଶବରଙ୍କ ମାସେତଳେ ମୃତ୍ୟୁ ଘଟିଛି l ସ୍ୱାମୀ ଗଲାପରେ 4 ବର୍ଷର ଶିଶୁ ପୁତ୍ରକୁ ଧରି ରେମତୀ ବହୁ କଷ୍ଟରେ ଜୀବନ ବିତାଉଛନ୍ତି l ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ ଦାରିଦ୍ର ଯୋଗୁଁ ବେଳେ ଖାଇଲେ ବେଳେ ଉପାସ ରହିବାକୁ ପଡୁଛି l ପଡୋଶୀଙ୍କଠାରୁ ମାଗି ଯାଚି ଯାହା ମିଳୁଛି ସେଥିରେ 4 ବର୍ଷର ଶିଶୁ ପେଟ ବି ପୁରୁନି l ତା' ଉପରେ ପୁଣି ଶିଶୁ ପୁତ୍ରଟି ବି ରୋଗଣା, ଯାହା ରେମତିଙ୍କ ଚିନ୍ତା ଆହୁରି ବଡାଇ ଦେଇଛି l ତାର ଚିକିତ୍ସl ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଏଭଳି ସ୍ଥିତିରେ ଦେବଦୁତ ସାଜି ଆଗେଇ ଆସିଛନ୍ତି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାର ଡା ଅନ୍ନଦା ଶଙ୍କର ଦାସ ଶିଶୁପୁତ୍ରର ମାଗଣା ଚିକିତ୍ସl ସହ ଆବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି l ଏହା ସହିତ ଉଭୟ ମଁl, ପୁଅଙ୍କୁ ଶାଡି, ପୋଷାକ ଓ 3 ମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି l ଜ଼ିଲ୍ଲା ପ୍ରଶାସନ ମଧ୍ୟ ଅସହାୟ ରେମତିଂକ ପ୍ରତି ଦୃଷ୍ଟି ଦେଇ ବିଧବା ଭତ୍ତା, ରାସନ କାର୍ଡ ଏବଂ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l
ନୂଆପଡ଼ା ରୁ ବିଶ୍ୱନାଥ ସମାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






