ସ୍ବାମୀ ଯାଇଥିଲେ ଦାଦନ, ସ୍ତ୍ରୀ ଦୁଷ୍କର୍ମ ର ଶିକାର, ଅଭିଯୋଗ କଲେ ଲୋକେ ଲଜ୍ୟା ରେ ଝିଅ ପରେ ବାପା ଆତ୍ମହତ୍ୟା

ସ୍ବାମୀ ନ ଥିବା ର ସୁଯୋଗ ନେଇ ସ୍ତ୍ରୀ ଦୁଷ୍କର୍ମ ର ଶିକାର। ଗାଁ ରେ ଚର୍ଚ୍ଚା ପରେ ଥାନାରେ ଅଭିଯୋଗ କଲେ ,ଲୋକ ଲଜ୍ୟା ସହିନପାରି ଆତ୍ମହତ୍ୟା କଲେ ପୂର୍ଣ୍ଣମୀ ମାଝୀ ।ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ପଞ୍ଚାୟତ ଟିଙ୍ଗୋପଖାନ ଗ୍ରାମ ରେ ।ଉମା ମାଝୀ ଙ୍କ ସ୍ତ୍ରୀ ପୂର୍ଣ୍ଣମୀ ମାଝୀ ବୟସ (୨୫) ଗତ ୨୨/୦୪ ୨୦୨୪ ରିଖ ଦିନ ବାହା ଭୋଜି ଚାଲିଥିବା ସମୟରେ ତାଙ୍କର ଗ୍ରାମର ଅରୁଣ ମାଝୀ ବୟସ (୨୮) ସମ୍ପର୍କରେ ଦେଢ଼ସୁର ତାଙ୍କୁ କାମ ଅଛି କହି ଘର ଭିତରକୁ ଆସିବାକୁ କହିଥିଲେ । ଭିତରକୁ ଯିବା ପରେ ମୁଁହ ଓ ହାତ କୁ ଗାମୁଛା କପଡାରେ ବାନ୍ଧି ଜୋରଜବରଦସ୍ତି ଘର ପାଖ ଜଙ୍ଗଲକୁ ଟେକି ନେଇ ବଳାତ୍କାର କରିଥିଲା। ଯଦି ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବୀ ବୋଲି ପୂର୍ଣ୍ଣମୀ ମାଝୀ କୁ ଧମକ ଦେଇଥିଲା ଯାହା ଫଳରେ କାହାକୁ କିଛି ଜଣେଇ ନ ଥିଲେ । ଗାଁ ରେ ଚର୍ଚ୍ଚା ହେବା ପରେ ସେ ଝିଅ ନିଜ ବାପ ଘରକୁ ଜାମଚୁଆଁ ଆସିଥିଲେ।ମା ବାପା କୁ ଏବଂ ସ୍ୱାମୀକୁ କହିବା ପରେ ୨୦/୦୫/୨୦୨୪ ରିଖ ସେମାବାର ଦିନ ଥାନା ରେ ଅଭିଯୋଗ କରିଥିଲେ, ହେଲେ ୨୧/୦୫/୨୦୨୪ ରିଖ ମଙ୍ଗବାର ସକାଲେ ଲୋକଲଜ୍ୟା ସହିନପାରି ବିଷ ପିଇ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରେ ପୋଲିସ ଆସି ତଦନ୍ତ ଆରମ୍ଭ ହେଇଥିଲା ହେଲେ କିଛି କ୍ଷଣିକ ଦିନ ହେଇ ନାହିଁ ଝିଅ ର ବାପା କରନ ମାଝୀ ଆଜି ଆତ୍ମ ହତ୍ୟା ଅଭିଯୋଗ ଆସିଛି ଫଳରେ ପୋଲିସ ଆସି ତଦନ୍ତ ଆରମ୍ଭ ଚାଲିଛି । କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ FIRST NEWS ODISHA

May 24, 2024 - 09:48
 0  87
1 / 1

1.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ