।। ସ୍ତ୍ରୀ ଙ୍କୁ ଛୁରା ମାଡ଼ ଆକ୍ରମଣ କରିବା ଘଟଣା - ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କଲା ପୋଲିସ ।।

Jun 1, 2023 - 12:02
Jun 1, 2023 - 12:03
 0  72
।। ସ୍ତ୍ରୀ ଙ୍କୁ ଛୁରା ମାଡ଼ ଆକ୍ରମଣ କରିବା  ଘଟଣା - ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କଲା ପୋଲିସ ।।

।। ସ୍ତ୍ରୀ ଙ୍କୁ ଛୁରା ମାଡ଼ ଆକ୍ରମଣ କରିବା ଘଟଣା - ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କଲା ପୋଲିସ ।।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଆମ୍ବେଦକର ନଗର ରେ ନିଜ ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ରେ ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କଲା ବଙ୍ଗୋମୁଣ୍ଡା ପୋଲିସ । ବଙ୍ଗୋମୁଣ୍ଡା ଆମ୍ବେଦକର ନଗରରେ ରହୁଥିବା ଡୁଲାମଣି ତାଣ୍ଡି ଓରଫ ଡୁଲ ଘରକୁ ଆସି ନିଜ ସ୍ତ୍ରୀ ପଦ୍ମିନୀ ତାଣ୍ଡି ଙ୍କୁ ଅକାରଣରେ ନିର୍ଦ୍ଧୁମ ମାଡ଼ ମାରିବା ସହ ଛୁରୀରେ ଆକ୍ରମଣ କରି ଥିଲେ ।

ପଦ୍ମିନୀଙ୍କ ଆଖି ପତା ଓ କପାଳ ରେ ଗଭୀର ଆଘାତ ଲାଗିଛି ତଥା ଚେହେରା ର ବିଭିନ୍ନ ସ୍ଥାନରେ ଛୁରୀ ଆକ୍ରମଣ ହୋଇଥିବା ଆଘାତର ଚିହ୍ନ ବର୍ଣ୍ଣ ରହିଛି । ପଦ୍ମିନୀ ଙ୍କୁ ଅନେକ ସମୟରେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଥିଲେ ।ବିଭିନ୍ନ ସମୟରେ ମାଡ଼ ମାରୁଥିଲେ ତଥାପି ଛୋଟ ଝିଅ ଟେ ଥିବାରୁ ସବୁ ସହିବାକୁ ପଡୁଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ଏହି ଘଟଣା ର ଅଭିଯୁକ୍ତ ଡୁଲାମଣି ତାଣ୍ଡି ଓରଫ ଡୁଲ ଙ୍କୁ ପୋଲିସ ଗିରଫ କରି ଘଟଣା ର ଅଧିକ ତଦନ୍ତ କରୁଛି l

 ବଙ୍ଗୋମୁଣ୍ଡା ରୁ , ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ