।। ସୁବାଷ ଫାଉଣ୍ଡେସନ ପକ୍ଷରୁ ଶ୍ରାଦ୍ଧୋତ୍ସବ ପାଳିତ, ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ ।।

Aug 13, 2024 - 17:19
 0  13
।। ସୁବାଷ ଫାଉଣ୍ଡେସନ   ପକ୍ଷରୁ   ଶ୍ରାଦ୍ଧୋତ୍ସବ ପାଳିତ,  ପ୍ରତିଭା  ଙ୍କୁ ସମ୍ବର୍ଦ୍ଧିତ ।।

ବରୀ , ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ରମାଦେବୀ ଗୋପବନ୍ଧୁ ଆଶ୍ରମ ପରିସରରେ ଶ୍ରାଦ୍ଧୋତ୍ସବ ପାଳନ ହୋଇଯାଇଛି। ରତଳାଙ୍ଗ ଗ୍ରାମର ସମାଜସେବୀ ସଂଗ୍ରାମି ପୁରୁଷ ସ୍ଵର୍ଗତ ସୁବାଷ ଚନ୍ଦ୍ର ସାମଲ ଙ୍କ 9 ତମ ଶ୍ରାଦ୍ଧୋତ୍ସବ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୁଞ୍ଜ ବାହାରି ଦାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଵର୍ଗତ ସାମଲଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରଦ୍ଧାରୁ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥାଏ ବୋଲି ଅତିଥି ମାନେ କହିଥିଲେ। ସ୍ଵର୍ଗତ ସାମଲ ଙ୍କ ପୁଅ ସୌମ୍ୟ ରଞ୍ଜନ ସାମଲ ଏହି ଶ୍ରାଦ୍ଧୋତ୍ସବ କୁ ଅତି ଶ୍ରଦ୍ଧାର ସହିତ 9 ବର୍ଷ ହେଲା ପାଳନ କରି ନିଜ ପିତାଙ୍କ ସ୍ମୃତିଚାରଣ ଦ୍ଵାରା ପିତା ଙ୍କୁ ନିଜ ପାଖରେ ଦେଖିବାକୁ ପାଇଛନ୍ତି ବୋଲି କହିଛନ୍ତି। ଏହି ଦିନ କିଛି ସାମାଜିକ କାର୍ଯ୍ୟ କରାଯାଇ ପିତା ଙ୍କ ସ୍ମୃତି କୁ ମନେ ପକେଇଥାନ୍ତି । ଏହି ଉତ୍ସବ ରେ ବରୀ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ ,ପୂର୍ବତନ ସରପଞ୍ଚ ରମାକାନ୍ତ ମଲିକ ,ସମାଜସେବୀ ପ୍ରତିଭା ରାୟ ଙ୍କୁ ନିଜ କର୍ମମୟ ଜୀବନ ରେ ଉତ୍ତୋରତର କାମନା ପାଇଁ ମାନ ପତ୍ର, ଉପଢୌକନ,କପ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ