।। ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ ଘଟଣା: ପାଞ୍ଚ ଜଣିଆ ଟିମ ଗଠନ କରି ଅପରେସନ ଜୋରଦାର ।।

Aug 31, 2023 - 07:29
 0  16
।। ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ ଘଟଣା: ପାଞ୍ଚ ଜଣିଆ ଟିମ ଗଠନ କରି ଅପରେସନ ଜୋରଦାର ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର ଥିବା ଡକାୟତି ଦଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେଶନ ଚାଲିଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି ଥାନା ତଥା ବାଲିଗୁଡା, କ. ନୂଆଗାଁ, ଦାରିଙ୍ଗବାଡି, ରାଇକିଆ, ସାରଙ୍ଗଗଡ଼ ଥାନା ଆଇଆଇସି ମାନଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଜଙ୍ଗଲର ଶିକାନବାଡ଼ି ସମେତ ଗୁଞ୍ଜିବାଡ଼ି, ମଣ୍ଡବାଡ଼ି, ଜିଡୁବାଡ଼ି ଜଙ୍ଗଲକୁ ଚାରିପଟୁ ଘେରି ରହିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ତିନିଜଣିଆ ଡକାୟତ ଟିମ୍‌ ବାଲିଗୁଡ଼ାର ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍‌ କରିବା ପରେ ସେମାନେ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଡାଡାକେତା ଦେଇ ଦ୍ରୁତ ଗତିରେ ଯାଇଥିଲେ ସେମାନଙ୍କୁ ଦାରିଙ୍ଗବାଡ଼ି ପୋଲିସ ପିଛା କରିବାରୁ ସେମାନେ ବାଇକ୍‌ ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପୋଲିସ ଡକାୟତି ଦଳର ବାଇକ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି। ତେବେ ଡକାୟତ ଟିମ୍‌ ହାତରେ ଖଣ୍ଡା ଓ ବନ୍ଧୁକ ରହିଥିବାରୁ ପୋଲିସ ହୋମଗାର୍ଡ ମାନେ ଭୟଭୀତ ହୋଇପଡ଼ିଥିଲେ ଓ କାବୁ କରି ପାରି ନ ଥିଲେ। ଏବେ ପୋଲିସ ଉକ୍ତ ଜଙ୍ଗଲରେ ରହୁଥିବା ଲୋକଙ୍କଠାରୁ ଖବର ସଂଗ୍ରହ କରି ଡକାୟତ ଟିମ୍‌କୁ ଧରିବାକୁ ପ୍ରୟାସ କରିଛି। ଜଙ୍ଗଲର ଚାରିପଟୁ ସଶସ୍ତ୍ର ପୋଲିସ ଜଗିରହିଥିବା ସହ ଡିଭିଏଏଫ୍‌ ପୋଲିସ ଜଙ୍ଗଲରେ ପାଟ୍ରୋଲିଂ କରୁଛି। ବିଭିନ୍ନ ଗାଁ ମୁଣ୍ଡରେ ପୋଲିସ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରୁଛି। ସେପଟେ ଡକାୟତମାନେ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଗାଁରୁ ଲୋକଙ୍କୁ ଭୟଭୀତ କରି ଫେରାର ହେବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିପାରନ୍ତି ବୋଲି ପୋଲିସ ଲୋକଙ୍କୁ ଭୟଭୀତ ନ ହେବାକୁ କହିଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ