ସୁଗଡ଼ବାଡ଼ି ପଶୁ ଚିକିତ୍ସାଳୟ ରେ ଦୀର୍ଘଦିନ ରୁ ପଡ଼ି ରହିଛି ତାଲା.. ଆସୁନାହାନ୍ତି କର୍ମଚାରୀ ସୁନନ୍ଦା ପାଢ଼ୀ..ଆସୁଛି ମଦ ବୋତଲ
କନ୍ଧମାଳ:୦୪/୦୫/୨୦୨୬.(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ରେ ଥିବା ପଶୁ ଚିକିତ୍ସାଳୟ ଦୀର୍ଘ ବର୍ଷ ହେବ ତାଲା ପଡ଼ି ରହୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ସ୍ଥାନୀୟ ଲୋକେ ଗାଈ ଗରୁ, ଛେଳି ମେଣ୍ଢା ଆଦି ଚିକିତ୍ସା କରିବା ପାଇଁ ନାହିଁନ ଥିବା ହଇରାଣ ହେଉଥିବା ଅଭିଯୋଗ ଆଣିଛନ୍ତି l କର୍ମଚାରୀ ସୁନନ୍ଦା ପାଢ଼ୀ ଜଣଙ୍କ ରାଇକିଆ ର ନିଜ ଘରେ ରହି ଅଫିସ ଯାଉନ ଥିବା ଏବଂ କିଏ କାହାର ଗରୁ ଚିକିତ୍ସା ପାଇଁ ଡାକିଲେ ମୁ ଜଣେ ଲେଡି କର୍ମଚାରୀ ମୁ ଯାଇ ପାରିବି ନାହିଁ.. ଯଦି ଯିବି ମତେ ଟଙ୍କା ଦେଲେ ହିଁ ଯିବି..ଏମିତି କହିବା ସହିତ ସରକାର ଙ୍କର ଆସୁଥିବା ସମସ୍ତ ସୁବିଧା ବା ମେଡିସିନ୍ ଗୋରୁ ଗାଈ ମାଲିକ ମାନଙ୍କୁ ପ୍ରଦାନ ନ କରି ନିଜେ ଆତ୍ମସାଥ କରୁଥିବା ସାଙ୍ଘାତିକ ଅଭିଯୋଗ ଆସିଛି l ଯାହାକି ଆପଣ ମାନେ ଦେଖି ପାରୁଥିବେ ଏହି କାର୍ଯ୍ୟାଳୟ ସମ୍ମୁଖରେ ପଡ଼ି ରହିଛି ମଦ ବୋତଲ l ଏଠି ପ୍ରଶ୍ନ ଉଠୁଛି ଯଦି ମହିଳା କର୍ମଚାରୀ ଅଫିସ୍ ଯିବେନି.. ଲୋକଙ୍କ ସମସ୍ୟା ବୁଝିବେନି.. ମହିଳା ବୋଲି ବାହାଦୁରି ମାରିବେ.. ତାହେଲେ ମହିଳା ମାନେ ସରକାରୀ ଚାକିରୀ କରୁଛନ୍ତି କାହିଁକି ?. l କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ କୌଣସି ସରକାରୀ ନିଯୁକ୍ତି ନଦେବା ଆହୁରି ଭଲ ହୁଅନ୍ତା ଯାହା ଏଭଳି ମହିଳା କର୍ମଚାରୀ ମାନଙ୍କ ଠାରୁ ଜଣା ପଡ଼ୁଛି l ଦେଖାଯାଉ ଏହି ଖବର ପ୍ରଶାରଣ ହେବା ପରେ କର୍ମଚାରୀ ଜଣଙ୍କ ତତ୍ପରତା ହେଉଛନ୍ତି ନା ନାଇଁ ନା ବିଭାଗୀୟ ଅଧିକାରୀ ମାନେ ତାଙ୍କୁ ଘଣ୍ଟ ଘୋଡ଼ଉ ଛନ୍ତି ତାହା ଦେଖିବା ଅପେକ୍ଷାରେ ଅଞ୍ଚଳ ବାସି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0