ସୁକ୍‌ଲିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ :ମୌଳିକ କର୍ତ୍ତବ୍ୟ ଓ ପ୍ରବାସୀ ଶ୍ରମିକ ସମସ୍ୟା' ସଚେତନତା ଶିବିର ଅନୁଷ୍ଠିତ

Jun 23, 2026 - 20:42
 0  8
ସୁକ୍‌ଲିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ :ମୌଳିକ କର୍ତ୍ତବ୍ୟ ଓ ପ୍ରବାସୀ ଶ୍ରମିକ ସମସ୍ୟା' ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଦ୍ଵାରା କୋମନା ବ୍ଲକ ଅନ୍ତର୍ଗତ ଠିକ୍‌ପାଲି ଗ୍ରାମ ପଞ୍ଚାୟତର ସୁକ୍‌ଲିମୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟତଃ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ, ଶିଶୁ ଶ୍ରମିକ ଉଚ୍ଛେଦ ଅଧିନିୟମ ଓ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ନିରାକରଣ ଉପରେ ବ୍ୟାପକ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ସଚିବ ନବନୀତା ଦାଶ ଏବଂ ନୂଆପଡ଼ାର ବିଭାଗୀୟ ଶ୍ରମ ଆୟୁକ୍ତ (DLC) ଶ୍ରୀ ରବୀନ୍ଦ୍ର ବାର୍ଲା ଯୋଗଦେଇ ଶ୍ରମିକ ଓ ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ବିଷୟରେ ବୁଝାଇଥିଲେ । ଅତିଥିମାନେ କହିଥିଲେ ଯେ, ପ୍ରବାସୀ ଶ୍ରମିକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପୂର୍ବରୁ ସରକାରୀ ପଞ୍ଜୀକରଣ କରିବା ଜରୁରୀ, ଯାହାଦ୍ୱାରା କୌଣସି ବିପଦ ସମୟରେ ଆଇନଗତ ସହାୟତା ମିଳିପାରିବ। ଏହାସହ ସମ୍ବିଧାନ ପ୍ରଦତ୍ତ 'ମୌଳିକ କର୍ତ୍ତବ୍ୟ'କୁ ପାଳନ କରିବା ପ୍ରତ୍ୟେକ ଦେଶପ୍ରେମୀ ନାଗରିକର ଦାୟିତ୍ୱ ବୋଲି ସେମାନେ ପ୍ରକାଶ କରିଥିଲେ । ବାହାର ରାଜ୍ୟରେ ଶ୍ରମିକଙ୍କ ଶୋଷଣ ରୋକିବା ଏବଂ ସେମାନଙ୍କ ପାଇଁ ଥିବା ସରକାରୀ କଲ୍ୟାଣକାରୀ ଯୋଜନାର ସୁଫଳ କିପରି ସମସ୍ତେ ପାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ଶିବିରରେ ସ୍ଥାନୀୟ ଠିକ୍‌ପାଲି ଜି.ପି. ର ସରପଞ୍ଚ ସନ୍ତୋଷିନୀ ସୁନା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷେମ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ସଚେତନତା ପାଇଁ ଏଭଳି ଶିବିରର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ସେମାନେ ନିଜ ବକ୍ତବ୍ୟରେ ପ୍ରକାଶ କରି ଥିଲେ । ଶିଶୁଙ୍କ ଦ୍ଵାରା ଶ୍ରମ କୁ ଉଚ୍ଛେଦ କରିବା ନିମନ୍ତେ ସଚେତନତା ପାଇଁ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ମିଶି ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ । ସର୍ବଶେଷ ରେ, ଏକ ସ୍ଵଚ୍ଛତା/ ପ୍ଲାଷ୍ଟିକ୍ ସଫେଇ କାର୍ଯ୍ୟକ୍ରମ ରେ ସମସ୍ତେ ଭାଗ ନେଇ ପ୍ରାୟ 130 କିଲୋ ର ପ୍ଲାଷ୍ଟିକ୍ ଆବର୍ଜନା କୁ ଉଠାଇ ଥିଲେ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ