।। ସୁକସାନ ଠାରୁ ବଲଙ୍ଗୀ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯୋଡିବାକୁ ଦାବୀ ।।

Nov 9, 2023 - 18:51
 0  19
।। ସୁକସାନ ଠାରୁ ବଲଙ୍ଗୀ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଯୋଡିବାକୁ ଦାବୀ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲଙ୍ଗି ଏବଂ ସୁକସାନ ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଥିବା ଦେଖାଯାଇଛି।ମରଣଯନ୍ତା ପାଲଟିଛି ଏହି ରାସ୍ତା।ଗତ କିଛି ବର୍ଷ ତଳେ ଏଠାରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ଅଳ୍ପଦିନ ମଧ୍ୟରେ ରାସ୍ତାରୁ କଂକ୍ରିଟ ଭୁଷୁଡି ପଡିଥିବା ବେଳେ ଯାତାୟତରେ ବିପଦ ସୃଷ୍ଟି ହୋଇଛି।ବିପଦ ପୂର୍ଣ୍ଣ ଘାଟି ରହିଥିବା ବେଳେ ଏହି ରାସ୍ତାର ଉନ୍ନତି କରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମାନସିକତା ଯୋଗୁଁ ରାସ୍ତାର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଆଯାଇନଥିବା ସନ୍ଦେହ ସୃଷ୍ଟି କରିଛନ୍ତି ଗ୍ରାମବାସୀ। କୌଣସି ପ୍ରକଳ୍ପ ଆରମ୍ଭ ହେବା ପୁର୍ବରୁ ଏହାର ରୂପ ରେଖ ପ୍ରସ୍ତୁତ ହୋଇଥାଏ।ଏଥିସହିତ ଉଚିତ ତଦାରଖ ଉପରେ ମଧ୍ୟ ଗୁରୁତ୍ୱ ଦେବା ସହିତ କାମର ଉଚିତ ମାନ ଉପରେ ଧ୍ୟାନ ଦିଆଯାଇଥାଏ। ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ଏହାର ସ୍ଥାୟୀତ୍ବ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଯାହାର ଉଦାହରଣ ହେଉଛି ବଲଙ୍ଗି-ସୁକସାନ କଂକ୍ରିଟ ରାସ୍ତା।ବର୍ତ୍ତମାନ ଏହି ରାସ୍ତାରେ ଚାଲିବା ହେଉ କି ଯାନବାହନ ଯାତାୟତ କରିବା ବିପଦକୁ ଆମନ୍ତ୍ରଣ କରିବା ସଦୃଶ।ବିପଦ ସଂକୁଳ ଏହି ରାସ୍ତାରେ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଥିବା ଫଳରେ ସୁକସାନ ଏବଂ ବୋଡେସ୍ ପଡାର ଲୋକଙ୍କ ପାଇଁ ରୋଗୀ ସେବା ଅପହଞ୍ଚ ହୋଇପଡିଛି। ଏଥିସହିତ ବଡଛତ୍ରଙ୍ଗ ଠାରୁ ବଲଙ୍ଗି ରାସ୍ତା ମଧ୍ୟ ଅତ୍ୟନ୍ତ ବିପଦ୍ଜନକ ଅବସ୍ଥାରେ ରହିଥିବା ବେଳେ ବଡଛତ୍ରଙ୍ଗ ଠାରୁ ତେନ୍ତୁଳି ପଡା, ବଲଙ୍ଗି ସ୍ଥିତ ସିନ୍ଦେର ଝରନ୍ ଜଳପ୍ରପାତ ଏବଂ ସୁକସାନ ବୋଡେସ୍ ଗାଁକୁ ସଂଯୋଗ ପାଇଁ ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ ଅଣଦେଖା କରାଯାଇଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ ଆଣିଛନ୍ତି।ଅବହେଳିତ ଅବସ୍ଥାରେ ରହିଥିବା ଏହି ଅଞ୍ଚଳର ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ