।। ସିଲାଇ ପ୍ରଶିକ୍ଷଣ ଶିବିର ଉଦଯାପିତ ।।

ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖଡ଼ିଆର ରୋଡ ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଳବ କାର୍ଯ୍ୟାଳୟ ଠାରେ ସିଲାଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି l ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଖରିଆର ରୋଡ ଉପ ନଗରପାଳ ନିଶାନ୍ତ ଡାଗା, ପାର୍ଶଦ ଶେଖର ଜୈନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଉକ୍ତ ପ୍ରଶିକ୍ଷଣ 3 ମାସ ଧରି ଚାଲିଥିବାବେଳେ ଆଜି ତାର ଶେଷ ଦିବସରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ହିତାଧିକାରୀଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ତାଲିମ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଗରିବ ଶିକ୍ଷିତ ବେକାର ଯୁବତୀ ମାନେ କିପରି ଆତ୍ମ ନିର୍ଭର ହୋଇ ନିଜ ଗୋଡ଼ରେ ଠିଆ ହୋଇ ଦୁଇ ପଇସା ରୋଜଗାରକ୍ଷମ କରିପାରିବେବୋଲି ଉକ୍ତ ମଞ୍ଚାସିନ ଅତିଥି ମାନେ ନିଜ ମତ ରଖିଥିଲେ l ଉକ୍ତ ସିଲାଇ ପ୍ରଶିକ୍ଷଣ ବୀର ସୁରେନ୍ଦ୍ର ସାଏ କ୍ଳବ ଏବଂ କାଞ୍ଚନବେନ ରସିକ ଲାଲ ଢୋଲକିୟା ଚେରଟିବଲ ଟ୍ରଷ୍ଟ ମିଳିତ ତ୍ୱାବଧାନରେ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମକୁ କ୍ଲୁବ ର ସଭାପତି ସୁନୀଲ ତିୱାରୀ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ବିଏସଏସ କ୍ଳବ ର ସଭାପତି ସୁନୀଲ ତିୱାରୀ, ସମ୍ପାଦକ ସଂଜୟ ଯାଦବ, ଉପ ସଭାପତି ଶଙ୍କର ସୁନା, କ୍ରୀଡା ସଚିବ ବିଶୁ ବନଛୋର, ମିନ୍ତୁ କେଶରବାନୀ, ଟୁନା ବଛା, ଅରୁଣ ୟାଦବ ପ୍ରମୁଖ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






