।। ସିନ୍ଧେଦେବୀ ମହାବିଦ୍ୟାଳୟ ପକ୍ଷରୁ କୌଶଳ ରଥକୁ ସ୍ଵାଗତ ।।

Jul 29, 2024 - 20:08
 0  39
।। ସିନ୍ଧେଦେବୀ ମହାବିଦ୍ୟାଳୟ ପକ୍ଷରୁ କୌଶଳ ରଥକୁ ସ୍ଵାଗତ ।।

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ କୌଶଳ ରଥକୁ ସିନ୍ଧେଦେବୀ କନିଷ୍ଠ ଓ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସ୍ଵାଗତ କରିଛନ୍ତି। ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମର କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ସମସ୍ତ ଛାତ୍ରଛାତ୍ରୀ ମାନେ ଡ୍ରୋନ ଟେକ୍ନୋଲୋଜି, ରୋବଟକ୍ସ ଓ ଥ୍ରିଡ ପ୍ରିଣ୍ଟିଙ୍ଗ ଭଳି ଆଦି ବିଭିନ୍ନ ପ୍ରକାରର ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସମସ୍ତ ଯନ୍ତ୍ରପାତି ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶୁଭେନ୍ଦୁ କୁମାର ମିଶ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷା ବୈଜୟନ୍ତ ସାମଲ ଓ ଯୁକ୍ତ ତିନି ଅଧ୍ୟକ୍ଷ ଅମର କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କୌଶଳ ରଥର ଶୁଭାରମ୍ଭ କରିଥିଲେ। ଗୁଗଲ ୱେବ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରିୟଙ୍କା ଖିଲ ପ୍ରଥମ, ସିତୁ ଖିଲ ଦିତୀୟ ଓ ମନୋଜ ଖରା ତୃତୀୟଙ୍କୁ ଜିଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ପକ୍ଷରୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ କିଶୋର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅଧ୍ୟାପକ ରବି ସତପଥି, ସନ୍ତୋଷ କୁମାର ପଟ୍ଟନାୟକ, ଆଲଫ୍ରେଡ ଉଇଲିୟମ ତୁରୁକ, ସ୍ନେହଲତା ସେଠୀ ଏମ୍ ଜୟା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ସେହି ପରି ଆଇ ଟି ଆଇ ଅନୁଷ୍ଠାନ ରେ ବିଡିଓ ଦୁର୍ଗା ପ୍ରସାଦ ଦୋରା ଓ ତହସିଲଦାର ଅନା ଦି ଚରଣ ସାହୁ ଉପସ୍ଥିତ ରହି କୌଶଲ ରଥ କୁ ସ୍ୱାଗତ କରିଥିଲେ ।

 ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ