ସିଏମ୍ କିଷାନ୍ ଯୋଜନାର ନୂଆଖାଇ କିସ୍ତି ହସ୍ତାନ୍ତର ଅବସରରେ ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ବାରିପଦା, (୦୪/୦୯): ଗୌର ଦାସଗିରି ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ସରକାରଙ୍କ ସିଏମ୍ କିଷାନ୍ ଯୋଜନା ଅଧୀନରେ ରବି ୨୦୨୬-୨୭ ପାଇଁ ନୂଆଖାଇ ଉପଲକ୍ଷେ ପ୍ରଦାନ କରାଯାଉଥିବା କିସ୍ତି ସହାୟତା ରାଶି ହିତାଧିକାରୀ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଏହି ସହାୟତା ରାଶି ହସ୍ତାନ୍ତର କରାଯାଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷକରି ଅନୁନ୍ନତ ଜନଜାତି ସମୂହର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ସିଏମ୍ କିଷାନ୍ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସରକାରଙ୍କର ବିଧାୟକ ଓ ସାଂସଦ ତଥା କର୍ମଚାରୀମାନଙ୍କର ଦରମା ସୀମା ଟପିଯାଉଥିବାବେଳେ, କୃଷକମାନଙ୍କ ପାଇଁ ସରକାରୀ ଅନୁକମ୍ପା ସମୁଦ୍ରକୁ ଶଙ୍ଖେ ମାତ୍ର ଭଳି ବୁଦ୍ଧିଜୀବିମାନେ କହିଛନ୍ତି। ସରକାରୀ ଯୋଜନା ଯାହା ଆସୁଛି ଏଥିରେ ବିଭାଗିୟ କର୍ମଚାରୀ ମାଲେ ମାଲ ହେଉଛନ୍ତି,ମାତ୍ର ଚାଷିହନ୍ତସନ୍ତ ଯାହାକି ଚାଷିର ମେରୁଦଣ୍ଡକୁ ଏବଂ ଆର୍ଥିକ ସମ୍ବଳକୁ ଦୁର୍ବଳ କରୁଛି।ଏହା କେବଳ ସରକାରୀ କର୍ମଚାରୀଙ୍କର ବେପରୁଆ ମନ ଭାବ କାର୍ଯ୍ୟରେଖିଲାପ ଏବଂ ସରକାରୀ ଅର୍ଥର ମାରଣ ନୀତି ଯୋଗୁ । ଏଣୁ ଏହା ପ୍ରତି ସରକାର ସମ୍ବେଦନଶିଳ ହୋଇ କଠୋର ନିତି ଏବଂ ସଠିକ ମନିଟରିଂ ଏବଂ ଖିଲାପି କର୍ମଚାରୀଙ୍କ ବିରଧରେ କଠୋର କାର୍ଯ୍ୟ।ନୁଷ୍ଠାନ ନିହାତି ଆବଶ୍ୟକବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି। ଚାଷି ଆମରଦେଶର ସମ୍ବଳ,ଆଗଧାଡିର ଯୋଦ୍ଧା, ସଶକ୍ତ କୃଷକ ଏକ ସମୃଦ୍ଧ ଭାରତ ଗଠନ ସମ୍ଭବ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରର ଆନେକ୍ସ କକ୍ଷରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟ୍ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ବଡ଼ସାହି ବିଧାୟକ ସନାତନ ବିଜୁଳି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନବଲ୍ଲଭ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସିଏମ୍ କିଷାନ୍ ଯୋଜନାର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ବିଧାୟକ ପ୍ରକାଶ ସୋରେନ,ଏବଂ ବିଧାୟକ ସନାତନ ବିଜୁଳି,ଭାବବ ହଁ।ସଦା ଯୋଗଦେଇ କୃଷକମାନଙ୍କସେରୁଦଣ୍ଡ କୁ ସଶକ୍ତ କରି ଦେଶକୁ ସମୃଦ୍ଧ କରିବା ଆମ ସରକାରର ଲକ୍ଷ ବୋଲି ଅଭିଭାଷଣ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିମାନେ ନିଜ ବକ୍ତବ୍ୟରେ କୃଷକ କଲ୍ୟାଣ ଯୋଜନାଗୁଡ଼ିକର ବିଭିନ୍ନ ଦିଗ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନବଲ୍ଲଭ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ଅର୍ଚ୍ଚନା ବଳଙ୍କ ସମେତ ତୁଷାରକାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, ରାଜାରାମ ସାହୁ, ପ୍ରିୟମ୍ବଦା ଧଳ, ହେମନ୍ତ ବେହେରା ଓ କାନ୍ତା ପୃଥାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଶତାଧିକ ଚାଷୀ ଏବଂ ହିତାଧିକାରୀ ଯୋଗଦେଇଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0