ସାମ୍ବାଦିକ ଏକତାକୁ ନୂଆ ଦିଗ, କନ୍ଧମାଳ ମିଡିଆ ଫୋରମର ନୂଆ ଟିମ୍

Sep 12, 2026 - 15:42
 0  18
ସାମ୍ବାଦିକ ଏକତାକୁ ନୂଆ ଦିଗ, କନ୍ଧମାଳ ମିଡିଆ ଫୋରମର ନୂଆ ଟିମ୍

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ଚୟନ ନେଇ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ସର୍ବସମ୍ମତିକ୍ରମେ ଫୋରମର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ କର୍ମକର୍ତ୍ତା ଭାବେ ସୁନୀଲ ବିଶ୍ୱାଳ ସଭାପତି, ବାଳକୃଷ୍ଣ ଚର୍ଚ୍ଚି ଉପସଭାପତି, ରମେଶ ପ୍ରଧାନ ସମ୍ପାଦକ, କ୍ଷୀରୋଦ କୁମାର ସାହାଣୀ ସହସମ୍ପାଦକ, ପ୍ରଶାନ୍ତ କୁମାର ପଣ୍ଡା କୋଷାଧ୍ୟକ୍ଷ ଏବଂ ସତ୍ୟନାରାୟଣ ବେହେରା ଆଇନ ପରାମର୍ଶଦାତା ଭାବେ ମନୋନୀତ ହୋଇଛନ୍ତି। ଏହି ଚୟନ ପରେ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା, ସାମ୍ବାଦିକଙ୍କ ସମସ୍ୟାର ସମାଧାନ ଏବଂ ଗଣମାଧ୍ୟମର ଗରିମା ବଜାୟ ରଖିବା ଦିଗରେ ଫୋରମ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି। ବୈଠକରେ ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପାଟ୍ଟନାୟକ, ଅଜିତ ମହାରଣା, ସନ୍ତୋଷ ଦିଗଲ, ତ୍ରିନାଥ ସାହୁ, ଆଦିତ୍ୟ ତ୍ରିପାଠୀ, ଅଶୋକ ପରିଡା, ବିମଳ ନାୟକ, ଶିବ ବିଶ୍ୱାଳ, ଶିବ ନାୟକ, ପ୍ରଶାନ୍ତ ଜେନା, ଲକ୍ଷ୍ମୀନାରାୟଣ ପାଟ୍ଟନାୟକ ଓ ପୂର୍ବତନ ସଭାପତି ସୂର୍ଯ୍ୟ ବେହେରାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ