।। ସାନ ଭାଇ ର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ୍ୟୁ ।।

Feb 3, 2024 - 19:11
 0  21
।। ସାନ ଭାଇ ର ଟାଙ୍ଗିଆ  ଚୋଟରେ  ବଡ଼ ଭାଇ ମୃତ୍ୟୁ ।।

ବଲାଙ୍ଗୀର ଭାଇ ହେଲା ଭଗାରି। ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନିଜ ଭାଇକୁ ନିର୍ମମ ଭାବରେ ହତ୍ୟା କଳା ଭାଇ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ମହଗା ଗାଁ ରେ ଘଟିଛି। ତେବେ ଏହି ଗ୍ରାମର ବେଲାର ରଣା ଙ୍କୁ ତାଙ୍କ ସାନ ଭାଇ ସୁନାଧର ରଣା ଟାଙ୍ଗିଆରେ ହାଣି ହତ୍ୟା କରିଛି। ତେବେ ମୃତ ବେଲାର ରଣା ଗାଁ ସ୍ଥିତ ନିଜ ଏକ କୁକୁଡ଼ା ଦୋକାନରେ ଥିଲେ। ଏହି ସମୟରେ ତାଙ୍କ ଭାଇ ସୁନାଧର ରଣା ଟାଙ୍ଗିଆ ନେଇ ଅତର୍କିତ ଭାବରେ ତାଙ୍କୁ ଆକ୍ରମଣ କରିଥିଲେ। ଏବଂ କେହି କିଛି ବୁଝିବା ପୂର୍ବରୁ ବେଲାର ରଣା ଙ୍କ ଏଥି ରେ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିଲା। ସେପଟେ ସଇଁତଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ସାଇଣ୍ଟିଫିକ ଟିମ୍ ର ସହାୟତାରେ ଶବ ଉଦ୍ଧାର କରି ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍। ତେବେ ଏହି ଘଟଣା ପରେ ହତ୍ୟାକାରୀ ଭାଇ ସୁନାଧର ରଣାକୁ ପୋଲିସ ଗିରଫ କରି ନିଜେ ଟିଟିଲାଗଡ ଏସ ,ଡି ,ପି ,ଓ, ଅଙ୍କିତା କୁମାର,ଅଧିକ ତଦନ୍ତ କରୁଛନ୍ତି ତେବେ ସୂଚନା ଅନୁସାରେ ଏହି ହତ୍ୟାକାଣ୍ଡ ପାରିବାରିକ କଳହ ଯୋଗୁଁ ଘଟିଥିବା ର ସନ୍ଦେହ କରା ଯାଇଛି। ଯେଉଁଥିରେ ହତ୍ୟା ଅଭିଯୁକ୍ତ ଭାଇ ସୁନାଧର୍ ରଣା ପୂର୍ବରୁ ମୃତକ ଙ୍କ ପରିବାର ଓ ଜଣେ ବାଳକକୁ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଥିଲେ। ଏବଂ ଏବେ ଜେଲ ରୁ ଜାମିନ ରେ ଆସି ସେ ଏହି ହତ୍ୟାକାଣ୍ଡ ଭିଆଇ ଥିବାର ତାଙ୍କ ସମ୍ପର୍କୀୟ କହିଛନ୍ତି।

ଟିଟିଲାଗଡ଼ ରୁ ବାଲକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ