"ସହଯୋଗ "ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ଭ୍ୟାନ ଶୁଭାରମ୍ଭ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୧.୦୧.୨୦୨୬ ରିଖ: ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ "ସହଯୋଗ" ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ଭ୍ୟାନ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ! ଏହି ଅବସରରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ ! ଏହି" ସହଯୋଗ " ଭ୍ରାମ୍ୟମାଣ ସଚେତନତା ଭ୍ୟାନ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ଗସ୍ତ ପୂର୍ବକ ୧୩ ଟି ଯୋଜନାର ସୁଚନା ଓ ପ୍ରଚାର କରିବା ସଙ୍ଗେ ସଙ୍ଗେ କୌଣସି ହିତାଧିକାରୀ ଏହି ୧୩ ଟି ଯୋଜନାରୁ ବଞ୍ଚିତ ହୋଇଛନ୍ତି ତେବେ "ସହଯୋଗ ପୋର୍ଟାଲ " ଦ୍ଵାରା ନିଜର ନ୍ୟାର୍ଯ୍ୟ ସହାୟତାକୁ ପାଇପାରିବେ ! ଏହି "ସହଯୋଗ "ସରକାରୀ ଯୋଜନା ସହ ସହରାଞ୍ଚଳ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ଯୋଡ଼ିବାର ମାଧ୍ୟମ ଅଟେ ! ଏହି ୧୩ ଟି ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରୀ ), ରାସନ୍ କାର୍ଡ, ଆୟୁଶ୍ମାନ କାର୍ଡ,ଶ୍ରମିକ କାର୍ଡ, ଇ ଶ୍ରମ କାର୍ଡ,ସୁଭଦ୍ରା ଯୋଜନା,ଗାରିମା ଯୋଜନା,ପି ଏମ ବିଶ୍ଵକର୍ମା ଯୋଜନା,ମଧୁବାବୁ ପେନସନ ଯୋଜନା,ସୁକନ୍ୟା ସମୃଦ୍ଧି ଯୋଜନା,ପି ଏମ ସୁରକ୍ଷା ବିମା ଯୋଜନା,ପାଇପ ଯୋଗେ ଜଳ ଯୋଗାଣ,ପି ଡ଼ବ୍ଲୁ ଡି ପରିଚୟ ପତ୍ର ପରି ଯୋଜନାର ଅନ୍ତର୍ଭୂକ୍ତ ହିତାଧିକାରୀ ଏହି "ସହଯୋଗ " କାର୍ଯ୍ୟକ୍ରମ ରୁ ଲାଭ ପାଇପାରିବେ ! ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ, ଡି ଆଇ ପି ଆର୍ ଓ ମନୋଜ ବେହେରା, ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ,ଜିଲ୍ଲା ସ୍ତରୀୟ ଅଧିକାରୀ,ସ୍ୱଚ୍ଛ ସାଥୀ, ସୁପରଭାଇଜର, ନବରଙ୍ଗପୁର ପୌରପାଳିକାର କର୍ମଚାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0