।। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀରେ "ବନ୍ଦେ ଉତ୍କଳଜନନୀ" ଗାଇ ପାଳିତ ।।

Feb 4, 2024 - 07:34
 0  65
।। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀରେ "ବନ୍ଦେ ଉତ୍କଳଜନନୀ" ଗାଇ ପାଳିତ ।।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ସମଗ୍ର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ପଞ୍ଚାୟତ ଗୋପାଳପୁର ଅନୁସୂଚୀତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ପାଳନ କରାଯାଇଥିଲା। ସରକାର ଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟରେ ଠିକ୍ ସାଢ଼େ ଏଗାରଟା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ସାମଲ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା କାନ୍ତକବି ଲକ୍ଷ୍ମୀକାନ୍ତ ଙ୍କ ରଚିତ ଓଡିଶା ସରକାରଙ୍କ ସ୍ଵୀକୃତିପ୍ରାପ୍ତ ଜାତୀୟ ସଙ୍ଗୀତ "ବନ୍ଦେ ଉତ୍କଳଜନନୀ" ଗାନ କରାଯାଉଥିଲା। ଆଜିର ଏହି ଦିନରେ ଓଡିଆ ଭାଷାର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମକୁ ଆଗେଇ ନେବାକୁ ସମସ୍ତେ ପ୍ରତିଶୃତିବଦ୍ଧ ହେବାକୁ ପ୍ରେରଣା ଦିଆ ଯାଇଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆମେ ସମସ୍ତେ ଓଡ଼ିଶାବାସୀ ଓ ଆମର ମାତୃଭାଷା ଓଡ଼ିଆ ଓ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ ଓ ପ୍ରଧାନ କର୍ତ୍ତବ୍ୟ ବୋଲି ପରାମର୍ଶ ଦେଇଥିଲେ।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ