ଶିକ୍ଷକ ସୋମନାଥ ସିଂହଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା:ତ୍ୟାଗ ନିଷ୍ଠା ଏକାଗ୍ରତା ବର୍ତ୍ତବ୍ଯ ପ୍ରଣୟତା ବଳରେ ଆଜି ସମାଜରେ ଉଚ୍ଚସଫଳତା ମିଳିଛି

Apr 3, 2026 - 20:26
 0  8
ଶିକ୍ଷକ ସୋମନାଥ ସିଂହଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା:ତ୍ୟାଗ ନିଷ୍ଠା ଏକାଗ୍ରତା ବର୍ତ୍ତବ୍ଯ ପ୍ରଣୟତା ବଳରେ ଆଜି ସମାଜରେ ଉଚ୍ଚସଫଳତା ମିଳିଛି

ବାରିପଦା - ଠ୨ /O୪ ଗୌର ଦାସ ଗିରି, ମୟୂରଭଞ୍ଜ ଜିଲ୍ଲା ର ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହଙ୍କ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ସମଗ୍ର ଶିକ୍ଷା, ମୟୁରଭଞ୍ଜ ର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ, ଏଫ ସି ଅଶୋକ କୁମାର ସାମଲ, ଶିକ୍ଷକ ନେତା ବିମଳ କୁମାର ଆଚାର୍ଯ୍ୟ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ପ୍ରଦୀପ କୁମାର ନାଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସାଇ କୋଚ ବିନୋଦ ରାମ, ତ୍ରିରଙ୍ଗା କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମାଜସେବୀ ଅମର କୁମାର ସେଠି, ସରୋଜ ମହାପାତ୍ର ( ଲିଟନ ), ଡଃ ନିରୋଜ କୁମାର ପୋଥାଳ, ସାମ୍ବାଦିକ ଡଃ.ଗୌର ଦାସଗିରି,ଚିତ୍ତରଞ୍ଜନ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ମହାନ୍ତି, ନବକିଶୋର ପାଲବାବୁ, ବଳରାମ ନାଥ, ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, କମଲ ମହାକୁଡ଼, ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ତଥା ସମାଜ ପାଇଁ ଶ୍ରୀ ସିଂହ ଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିବା ସହ ପରବର୍ତ୍ତୀ ସୁଖମୟ ଜୀବନ କାମନା କରିଥିଲେ I ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏବଂ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରଦାନ କରିଥିବା ଅଭିନନ୍ଦନ ପତ୍ରକୁ ଡି ସି ପି ଓ ଶ୍ରୀମତୀ ବିଶ୍ୱାଳ ପାଠ କରିଥିଲେ I ତ୍ରିରଙ୍ଗା କ୍ଲବ, ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ /ଶିକ୍ଷୟତ୍ରୀ ଓ ହଷ୍ଟେଲର କର୍ମକର୍ତ୍ତା ଶ୍ରୀ ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ Iସୋମନାଥ ସାରଙ୍କର ଦୀର୍ଘ ୩୨ ବର୍ଷ ଶିକ୍ଷକତା ଜୀବନରେ,ନିଷ୍ଠା ପରତା, ବର୍ତ୍ତବ୍ୟ ପ୍ରଣୟତା, ତ୍ୟାଗ, ଆଜି ସମାଜରେ ସାରା ଶିକ୍ଷାନୁଷ୍ଠାନ ହେଉ କି ଶିକ୍ଷକ ସମାଜ ପାଇଁଏକ ପ୍ରେରଣାର ଉତ୍ସ, ଏକ ଉଦାହରଣ, ଏ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ, ଯେଉଁ ଗରୀବ ଅସହାୟ, ମାତୃ ପିତୃହରା ପିଲାମାନଙ୍କୁ ଆଣି ସ୍କୁଲରେ ଏଡମିସନ କରି ସେମାନଙ୍କୁ ସଫଳ କୃତି ଛାତ୍ରଛାତ୍ରୀ ବନିବାରେ ଏବଂ ନିଜ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରାଇବାରେ ସୋମନାଥ ସିଂହ ଙ୍କ ଭଳି ଗୁରୁର ସଦାସର୍ବଦା ଦିବ।ରାତ୍ରୀ ଚେଷ୍ଟା ରହିଥାଏ, ଏଭଳି କି ସେ ନିଜ ଘର କଥା ଭୁଲି ଅଧିକାଂଶ ସମୟ ବିଦ୍ୟାଳୟରେ ପିଲାମାନଙ୍କର ଗହଣରେ ବିତାନ୍ତି ।ସେ ଏକାଧାରାରେ ଜଣେ ରକ୍ତଦାତା ୭୧ ଥର, ଆଗ ଧାଡିରସମାଜସେବୀ, ଭଲ ସଂଗଠକ,ଭଲପ୍ରବକ୍ତା, ନାଟ୍ୟ ନିର୍ଦ୍ଦେଶକ, ଜଣେ ଆଦର୍ଶବାନଶିକ୍ଷକ,ଏହି ପରୀ ହଜାର ହଜାର ସୋମନାଥ ସିଂହଙ୍କ ଭଳି ନିଷ୍ଠାପର,ଆଦର୍ଶବାନଶିକ୍ଷକସୃଷ୍ଟିହୁଅନ୍ତୁଆଉ ଏହି ସମାଜରେ ବାସ କରୁଥିବା ଅବହେଳିତ, ନିଶ୍ଵ8,ଅସହାୟ ପିଲାମାନେ ଉଚିତ ଶିକ୍ଷାପାଇ ସମାଜରେ ଆଗ ଧାଡି ର ନାଗରିକ ବନନ୍ତୁ,ଏକ ସୁସ୍ଥ ଶିକ୍ଷିତ ଓଡ଼ିଶା ଗଠନ ହେଉ ।ଶେଷରେ ଶ୍ରୀ ସିଂହ ଏହି ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଶିକ୍ଷକ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ