।। ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ମୁରିବାହାଲ ତହସିଲ୍‌ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ।।

Feb 22, 2024 - 21:13
 0  41
।। ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ  ମୁରିବାହାଲ ତହସିଲ୍‌ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ।।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡ କିପର୍‌ ହେମଲେଟ୍‌ ବାର୍‌ଲା । ସୂଚନା ଅନୁସାରେ ୨୦୧୯ରେ ମ୍ୟୁଟେସନ୍‌ କେସ୍‌ ପଂଜିକୃତ ହୋଇଥିବା ବେଳେ ଅଭିଯୋଗକାରୀ ଜମି ପଟ୍ଟା ପାଇଁ ଶ୍ରୀ ବାର୍ଲାଙ୍କ ପାଖକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହୋଇଥିଲେ l କିନ୍ତୁ ଶ୍ରୀ ବାର୍ଲା ଏଥିପାଇଁ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହାପରେ ଅଭିଯୋଗକାରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଶ୍ରୀ ବାର୍ଲାଙ୍କୁ ଲାଂଚ ନେବା ବେଳେ କାବୁ କରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ବିଭାଗ । ଆଜି ପ୍ରଥମ ପର୍ଯ୍ୟାୟରେ ଏହି ବାବଦକୁ ମୁରିବାହାଲ ତହସିଲ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ବାର୍ଲା ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଶ୍ରୀ ବାର୍ଲାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ଗିରଫ୍‌ କରାଯାଇ ବଲାଙ୍ଗିର ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଅଣାଯାଇଥିବା ସୂଚନା ମିଳିଛି । ଏଥିସହିତ ଶ୍ରୀ ବାର୍ଲାଙ୍କ ସଂଶ୍ଲିଷ୍ଟତା ଥିବା ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଶ୍ରୀ ବାର୍ଲାଙ୍କୁ ଦ୍ୱିତୀୟ ଥର ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ୍‌ ହୋଇଥିବା ଶୁଣିବାକୁ ମିଳୁଛି।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ