।।ଲାଞ୍ଚ ଦେଲା ପରେ ବି ଚାଷୀ ହଇରାଣ:ପ୍ରଶାସନ କୁମ୍ଭକର୍ନ ନିଦ୍ରାରେ,ଲାଞ୍ଚୁଆ ଅଫିସର ଙ୍କ କାରନାମା ପଦାକୁ ଆସିଲା ।।

Oct 8, 2023 - 09:55
 0  52
।।ଲାଞ୍ଚ  ଦେଲା ପରେ ବି ଚାଷୀ ହଇରାଣ:ପ୍ରଶାସନ କୁମ୍ଭକର୍ନ ନିଦ୍ରାରେ,ଲାଞ୍ଚୁଆ ଅଫିସର ଙ୍କ କାରନାମା ପଦାକୁ ଆସିଲା ।।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ମୁଖ୍ୟ ସଏଲ୍ କାଞ୍ଜର୍ଭେସନ୍ ଓଭର୍ ସିଅର୍ ତଥା ବର୍ତ୍ତମାନ ର ପି ଆଇ ଏ ଇଞ୍ଚାର୍ଜ୍ ନିକୁଞ୍ଜ କିଶୋର ଦାସ ଏବଂ ଷ୍ଟାପ ଙ୍କ ନାଁ ରେ ଲାଞ୍ଚ ନେଇ କାମ କରିବା ଅଭିଯୋଗ ସାମ୍ନା କୁ ଆସିଛି । ନିକୁଞ୍ଜ କିଶୋର ଦାସ ଚାଷୀଙ୍କୁ ମିଳୁଥିବା ଅନୁଦାନ ଚାଷ ପୋଖରୀ ବା ଫାର୍ମ ପଣ୍ଡ ଯାହାକି ଏମ୍ ଜି ଏନ୍ ଆର୍ ଇ ଜି ଏ ତରଫରୁ ଚାଷୀଙ୍କୁ ଯୋଗା ଯାଉଛି ତହିଁ ରେ ଲାଞ୍ଚ କାରବାର ଚାଲିଛି । ଚାଷୀଙ୍କ ଠାରୁ ପ୍ରଥମେ କାଗଜ ପତ୍ର ପାଇଁ ବାର ଶହ ଟଙ୍କା ମଗା ଯାଉଛି ଏବଂ ଜେ ସି ବି ରେ କାମ କରିବା ପାଇଁ କୁହା ଯାଇଥାଏ । ତାହାପରେ ଚାଷୀଙ୍କୁ ତୁମେ ମେସିନ୍ ରେ କାମ କରି ଛ ସେଥି ପାଇଁ ଟଙ୍କା ଦେବାକୁ ପଡିବ ବୋଲି ରାଜି କରାନ୍ତି । ଚାଷୀ ପ୍ରତି ପନ୍ଦର ହଜାର ରୁ ପଚାଶ ହଜାର ଟଙ୍କା କୁ କଥା ଛିଡାନ୍ତି । ଟଙ୍କା ନ ଦେଲେ ଵିଲ୍ ହେବା ନାହିଁ ବୋଲି କହନ୍ତି । ଘଟଣା ଘଟିଛି ଟିଟିଲାଗଡ଼ ବ୍ଲକ ବଞ୍ଜିପଦର୍ ପଞ୍ଚାୟତ ର କର୍ଲାପଡ଼ା ଗ୍ରାମରେ । ଏହି ଗାଆଁରେ ଅପୁଛା ପାୟସିଂ ମୋହନ ରଣା ଓ ଅନ୍ୟ ଏକ ଚାଷୀ ମାନେ ଚହ ଲା ପାଇଥିଲେ ତାଙ୍କୁ ମେସିନ୍ ରେ କାମ କରିବା ପାଇଁ ସଂମ୍ପୃକ୍ତ ଅଧିକାରୀ ଜଣକ କହିଲେ ତାପରେ କଣ ହୋଇଛି ଆପଣ ଭି ଡି ଓ ଦେଖିଲେ ଜାଣିବେ । ଲୋକଙ୍କ ଅଭିଯୋଗ ହୋଇଛି ଯାହା ଏହି ଅଫିସର ଟି ଜଣେ କଥା କୁହା ସଚ୍ଚୋଟ ବ୍ୟକ୍ତି କିନ୍ତୁ ତାଙ୍କରି ଭଳି ଲାଞ୍ଚ ନେବା ଲୋକ ଦୁନିଆରେ ବହୁତ କମ । ଏହିପରି ଭାବେ ଏହି ଅଫିସର ଜଣକ ଆମ୍ବ ବଗିଚା କରି ଥିବା ହିତାଧିକାରୀଙ୍କ ଠାରୁ ମଧ୍ୟ ଲାଞ୍ଚ ନେଇ ବିଲ କରି ନ ଥିବା ଅଭିଯୋଗ ହୋଇଛି । ଶୁଣିବାକୁ ମିଳୁଛି ଏହି ଅଫିସର ଲାଞ୍ଚ ନେଇ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଲାଞ୍ଚ ଟଙ୍କା ପଠାନ୍ତି ସେଥି ପାଇଁ କାହାରିକୁ ଖାତିର ନକରି ଆରାମ ରେ ଥିବା ଅଭିଯୋଗ ହୋଇଛି । ବି ଜେ ଡି ସରକାରଙ୍କ ତରଫରୁ ପ୍ରଚଳିତ ଜଣେ ପୋଖତ ଲାଂଚୁଆ ଅଫିସର ଜଣକ ନିକୁଞ୍ଜ କିଶୋର ଦାସ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ଅଫିସର ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଅଭିଯୋଗ କରିଛନ୍ତି, ଜଣେ ଲାଞ୍ଚୁଆ ଅଫିସର ଙ୍କ ପାଇଁ ପୁରା ପ୍ରଶାସନ ବଦନାମ ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ