।। ଲଗାଣ ବର୍ଷାରେ ଭୁଷୁଡିଲା ବିଦ୍ୟାଳୟ ଶ୍ରେଣୀ ଗୃହ,ବର୍ତ୍ତିଲେ ଛାତ୍ରଛାତ୍ରୀ ।।

Jul 31, 2023 - 16:13
 0  70
।। ଲଗାଣ ବର୍ଷାରେ ଭୁଷୁଡିଲା ବିଦ୍ୟାଳୟ ଶ୍ରେଣୀ ଗୃହ,ବର୍ତ୍ତିଲେ ଛାତ୍ରଛାତ୍ରୀ ।।

ଦିନକର ଲଗାଣ ବର୍ଷାରେ ଏକ ବିଦ୍ୟାଳୟର ଦୁଇଟି ଶ୍ରେଣୀ ଗୃହ ଭୁଷୁଡି ପଡ଼ିଥିବା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୌଭାଗ୍ୟ ବଶତଃ ଏପରି ଘଟଣା ରାତିରେ ଘଟିଥିଲା ନଚେତ୍ ଦିନବେଳା ହୋଇଥିଲେ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନର ଅନ୍ତ ଘଟି ଥାଆନ୍ତା।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଳକ ଅଧିନସ୍ଥ ଗୁଣପୁର ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ।ଖବର ନେବାରୁ ଜଣାପଡିଛି ଯେ,ଗତ ୩୦ ତାରିଖ ରାତି ତମାମ ଲଗାଣ ବର୍ଷା ଯୋଗୁଁ ଏହି ବିଦ୍ୟାଳୟର ଦୁଇଟି ଶ୍ରେଣୀ ଗୃହ ଭୁଷୁଡି ପଡ଼ିଯାଇଛି।

ସକାଳୁ ଏଭଳି ଘଟଣା ଜନସାଧାରଣ ଦେଖିବାକୁ ପାଇଥିଲେ। ଦୀର୍ଘ ୧୫ ବର୍ଷତଳେ ନିର୍ମିତ ଏହି ବିଦ୍ୟାଳୟଟିକୁ ଦୟନୀୟ ପରିସ୍ଥିତି ଦେଇ ଗତି କରୁଥିବାରୁ ଗତ ଦୁଇ ମାସ ତଳେ ମରାମତି କାର୍ଯ୍ୟ କରାଯାଇଥିଲା।

ନିମ୍ନ ମାନର ନିର୍ମାଣ ଓ ମରାମତି ଯୋଗୁଁ ବିଦ୍ୟାଳୟଟି ଭୁଷୁଡି ପଡ଼ିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ହୁଏ। ବିଦ୍ୟାଳୟରେ ମୋଟ ୧୬୫ ଜଣ ପିଲା ଅଧ୍ୟୟନ କରନ୍ତି।

ଏବେ ଛାତ୍ରଛାତ୍ରୀଙ୍କ ପାଇଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ହିଁ ଏକମାତ୍ର ଭରସା ସାଜିଛି। ଜିଲ୍ଲା କତ୍ତୃପକ୍ଷ ତୁରନ୍ତ ବିଦ୍ୟାଳୟକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।

କଲା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ