ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡା ଛାତ ଭୁଶୁଡ଼ିଲା:ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି
କୋଟଗଡ଼, ୨୮/୮: (ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଥିବା ପ୍ରାଥମିକ ବିଦ୍ୟାଳୟର ଲଗାଣ ବର୍ଷା ଯୋଗୁଁ ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଚିତ୍ର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପିଲାମାନେ କେଉଁ ସ୍ଥାନରେ ନିରାପଦରେ ପାଠ ପଢ଼ିବେ, ତାହା ନେଇ ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀ ମଶେଷ କାର୍ଜିମାଝୀ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି ଏତି ପ୍ରତି ଜିଲ୍ଲା ଶିକ୍ଷାନୁଷ୍ଠାନ ଯଦି ପଦକ୍ଷେପ ଗ୍ରହଣ କରିବ ନାହିଁ ତେବେ ସରପଞ୍ଚ କଣ କରିବେ ସରପଞ୍ଚ ଜଣକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ହେଲେ ଏହା ମରାମତି କିମ୍ବା ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଶିକ୍ଷା ଅଧିକାରି ମାନେ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି ସରପଞ୍ଚ I ବିଦ୍ୟାଳୟର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କ ହିତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁଶୁଡ଼ି ପଡ଼ିଥିବା ବାରଣ୍ଡା ଛାତର ତୁରନ୍ତ ମରାମତି ସହ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ ସରପଞ୍ଚ ଓ ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି ତତ୍ସହିତ ଦୁର୍ବଳ ହୋଇ ରହିଥିବା ଶ୍ରେଣୀ ଗୃହ ଗୁଡ଼ିକ ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି ସରପଞ୍ଚଙ୍କ ସହ ଗ୍ରାମବାସି ଦାବି କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0