।। ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ପାଠ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Sep 18, 2024 - 17:09
 0  10
।। ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ପାଠ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ପାଠ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରିୟମ୍ବଦା ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ପାଠ ଚକ୍ର ରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୂତି ଭୂଷଣ ଟାକିରି ଯୋଗ ଦେଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ବ୍ଲକ ର ୧୪ ଟି ବିଦ୍ୟାଳୟରୁ ୧୪ ଜଣ ପ୍ରତିଯୋଗୀ ଓ ୧୪ ଜଣ ମାର୍ଗ ଦର୍ଶୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲା ବେଳେ ବିଚାରକ ଭାବେ ଲକ୍ଷ୍ମୀପୁର ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶୀତଳ ପ୍ରସାଦ ଦାସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅଧ୍ୟାପକ ତାରିଣୀ ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ।କୃତ୍ରିମ ବୁଦ୍ଧିମତା ସମ୍ଭାବନା ଏଵଂ ଚିନ୍ତା ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ପାଠ ଚକ୍ରରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ କସ୍ତୁରୀ ରାଣୀ ଗୋପେ ମନୋନୀତ ହୋଇଥିବା ବେଳେ ସେ ଆସନ୍ତା ୨୫ ତାରିଖରେ ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ପାଠ ଚକ୍ରରେ ଯୋଗ ଦେବ।ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପାଠ ଚକ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଜିତ୍ କୁମାର ସାମଲ,ସପନ କୁମାର ଦୀକ୍ଷିତ ପ୍ରମୁଖ ସହଯୋଗ କରିଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ