।। ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧ ଲକ୍ଷ ୯୫ ହଜାର ଟଙ୍କା ଚୋରି କରି ନେଲେ ଦୁର୍ବୁତ୍ତ, (ସନ୍ଧାନୀ କୁକୁର ସହାୟତାରେ ପୋଲିସର ତଦନ୍ତ) ।।

ମୁନିଗୁଡ଼ା- ନ୍ୟିୟୁଜ୍:ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି | ଘରେ କେହି ନଥିବା ସୁଯୋଗ ପାଇ କେହି ଦୁର୍ବୃତ୍ତ କବାଟ ଓ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ସହ ଦାମି ଶାଢୀ ଏବଂ ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡିଛି | ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ସାଇଣ୍ଟିପିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି | ସୂଚନା ମୁତାବକ, ଦଶହରା ପର୍ବ ହେତୁ ଗ୍ରାମର ରାଜ ଗୁପ୍ତା ତାଙ୍କ ଶ୍ଵଶୁର ଘର ସମ୍ବଲପୁର ସପରିବାରେ ମିଶିକି ଯାଇଥିଲେ | ତେବେ ଘରେ କେହି ନଥିବା ସୁଯୋଗ ପାଇ କେହି ଦୂର୍ବୁତ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ରାଜ ଗୁପ୍ତାଙ୍କ ଘରୁ ଏକ ଶାବଳ ସାହାଯ୍ୟରେ ଘର ତାଲା ଓ ଘର ଭିତରେ ଥିବା ଆଲମିରାକୁ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା, ଦାମୀ ଶାଢୀ ଓ ସିସିଟିଭି ହାର୍ଡ ଡିସ୍କ ଚୋରି କରି ନେଇ ଯାଇଥିବା ମୁକୁନ୍ଦପୁର ଫାଣ୍ଡିରେ ଆଜି ସକାଳେ ଅଭିଯୋଗ ହୋଇଥିଲା | ତେବେ ଅଭିଯୋଗକୁ ଭିତ୍ତି କରି ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ସନ୍ତୋଷ ସିରିକା ଘଟଣା ସ୍ଥଳକୁ ଯାଇ ଦେଖିବା ସହ ଚାନ୍ଦିଲି ଥାନାକୁ ଜଣାଇଥିଲେ | ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ପି.କେ ବେହେରା ସାଇଣ୍ଟିପିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ରାଜ ଗୁପ୍ତାଙ୍କ ଘରୁ ଦୁର୍ବୃତ୍ତ ମାନେ ଗୋଟିଏ ସୁନା ମଙ୍ଗଳସୂତ୍ର, ଦୁଇଟି ସୁନା ହାର, ୬ ଗୋଟି ମୁଦି, ଛୋଟ ପିଲାଙ୍କ ଦୁଇଟି ମୁଦି, ଗୋଟିଏ ଚେନ୍, ସୁନା କାନ ଫୁଲ ୮ ହଳ ଏବଂ ନଗଦ ୧ ଲକ୍ଷ ୯୫ ହଜାର ଟଙ୍କା ସହ ୧୨ ଗୋଟି ଦାମୀ ସମ୍ବଲପୁରୀ ପାଟ ଶାଢୀ ଚୋରି କରି ନେଇଯାଇଛନ୍ତି | ଦୁର୍ବୃତ୍ତ ମାନେ ବହୁ ଚତୁରତାର ସହ ଘର ବାହାରେ ଓ ଭିତରେ ସିସି କ୍ୟାମେରା ଲଗାଯାଇଥିବା ବେଳେ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ଚୋରି କରି ନେଇଯାଇଥିବା ଦେଖିବାକୁ ମିଳିଛି | ପୁଲିସ ସାଇଣ୍ଟିପିକ ଟିମ୍ ଓ ସନ୍ଧାନି କୁକୁର ସାହାଯ୍ୟରେ ଛାନଭିନ କରିଥିଲେ ମଧ୍ୟ କୌଣସି ସୁରାକ ମିଳିପାରି ନଥିଲା | ପୋଲିସ ପେଟ୍ରୋଲିଂ ହେବା ସତ୍ବେ ଦୀର୍ଘ ଦିନ ପରେ ଗ୍ରାମରେ ଏଭଳି ଚୋରି ହୋଇଥିବା ଘଟଣା ଜାଣି ପେଟ୍ରୋଲିଂକୁ ଅଧିକ କଡାକଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






