।। ରିଆର ରୋଡରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ।।

May 9, 2024 - 12:06
 0  26
।। ରିଆର ରୋଡରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ।।

ନୂଆପଡା : ନୂଆପଡା ବିଧାନସଭା କ୍ଷେତ୍ରରେ ଏଥର ଐତିହାସିକ ଏବଂ ରୋଚକ ନିର୍ବାଚନ ହେବାକୁ ଯାଉଛି । ଏହି ଆସନରେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେବାର ନଜରକୁ ଆସିଛି । ବର୍ତ୍ତମାନ ଦଳୀୟ ପ୍ରାର୍ଥୀମାନେ ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରଚାର କରୁଛନ୍ତି । ନୂଆପଡା ଵିଧାନଭା ଆସନରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏଥର ନୂଆପଡ଼ାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ନୂଆପଡ଼ାରେ ସବୁ ଦଳକୁ ପଛରେ ପକାଇ ବିଜୟ ଲକ୍ଷ୍ୟରେ ଆଜି ଖରିଆର ରୋଡ କଂଗେସ ଭବନ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଶ୍ରୀ ପତ୍ତନାୟକ ମାରାଥନ ପ୍ରଚାର କରିବାର ନଜରକୁ ଆସିଥିବାବେଳେ ଶ୍ରୀ ପତ୍ତନାୟକ ସହରର ପ୍ରତ୍ୟେକ ଦୋକାନକୁ ଯାଇ ଭୋଟ ଭିକ୍ଷା କରୁଥିବାବେଳେ ନୂଆପଡ଼ାରେ ସେ ଆସ୍ଥାନ ଜମାଇ କଂଗ୍ରେସକୁ ସଜାଡ଼ୁଥିବା ଦେଖିବାକୁ ମିଳିଛି । ଶ୍ରୀ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବା ପରେ ବିଜେଡି ଓ ବିଜେପିକୁ କଂଗ୍ରେସ କଡା ଟକ୍କର ଦେବ ବୋଲି ତାଙ୍କ ସମର୍ଥକମାନେ ଦୃଢ଼ ଦାବି କରୁଛନ୍ତି । ନିର୍ବାଚନ ପ୍ରଚାର ସମୟରେ ତାଙ୍କ ସହିତ ଜ଼ିଲ୍ଲା କଂଗ୍ରେସ କମିଟି ଅଧକ୍ଷ ସୁରେଶ ଆଜାଦ, ଜ଼ିଲ୍ଲା କଂଗ୍ରେସ କମିଟି ଜେନେରାଲ ସେକ୍ରେଟାରୀ ଦେବଦତ୍ତ ଦୀକ୍ଷିତ, ଅଇୱାଇସି ଡେଲ୍ଲୀ ସଂପାଦକ ପ୍ରତିମା ମୁଦଗଲ, ଏମ.ଡି ଜୁନେଦ, ଅଙ୍କିତ ସିଙ୍ଘଇ, ଆନନ୍ଦ ସୋନି, ଭୀମ ଯାଦବ, ଜୟ ପ୍ରକାଶ ସିଂ, ଓ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ ଚନ୍ଦ୍ରକାର, ଶାହରୁଖ ଖାନ, ଜଗନ୍ନାଥ ନାୟକ, ହାଲ୍ଲା ସିଂ, ପ୍ରଦୀପ ଜୈନ, ପ୍ରେମ ଚନ୍ଦ ଡାଗା, ଉମାକାନ୍ତ ବନଛୋର ପ୍ରମୁଖ ଏହି ମାରାଥନ ପ୍ରଚାରେ ସାମିଲ ହୋଇ ଭୋଟ ପ୍ରଚାର କରୁଛନ୍ତି ।

ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ