।। ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ।।

Nov 2, 2023 - 20:56
 0  89
।। ରାୟଗଡ଼ା ସ୍ୱଳ୍ପ ସଞ୍ଚୟ ସଂସ୍ଥା ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ।।

ମୁନିଗୁଡ଼ା -:ନ୍ୟିୟୁଜ୍ - ରାୟଗଡ:-ତା.୦୨/୧୧-ରାୟଗଡ଼ା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂସ୍ଥା ତରଫରୁ ବିଶ୍ୱ ମିତଵ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ପାଳନ ଅବସରରେ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗତ ଗୁରୁବାର ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସଞ୍ଚୟର ଭୂମିକା ପ୍ରତି ସଚେତନତା ସୃଷ୍ଟି କରିବାର ବାର୍ତା ଅନ୍ତର୍ନିହିତ ଥିଲା | ପରିଚାଳକ ଭାରପ୍ରାପ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ବିଠଲ ନୀଳୋତ୍ପଳ ଷଡ଼ଙ୍ଗୀଙ୍କ ମତରେ "ଯେପରି ବୃକ୍ଷର ବିକାଶ ସ୍ୱଳ୍ପମାତ୍ରାରେ ହୋଇଥାଏ ଆଉ ତାହାକୁ ପୂର୍ଣ୍ଣତା ପ୍ରାପ୍ତି ପାଇଁ ଧର୍ଯ୍ୟ ଧାରଣା କରିବାକୁ ପଡ଼େ, ସେହିପରି ଧର୍ଯ୍ୟ ସହିତ ସ୍ୱଳ୍ପ ମାତ୍ରାରେ ଧନ ବା ଅର୍ଥ ସଂଚୟ କରିଲେ ଆଗକୁ ଖରାଦିନ ଖରାବେଳେ ବୃକ୍ଷର ଝଙ୍କାଳିଆ ଛାଇ ଭଳି ସଂଚିତ ଅର୍ଥ ଆଗାମୀଦିନରେ ଆସୁଥିବା ଆର୍ଥିକ ସମସ୍ୟା ଓ ବିପଦରୁ ସୁରକ୍ଷା ପ୍ରଦାନ କରିଥାଏ" | କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଶେଖ ଆଲେନୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡା ମୁଖ୍ୟଡାକ କାର୍ଯ୍ୟାଳୟର ପୋଷ୍ଟମାଷ୍ଟର ଶ୍ରୀ ମହାନ୍ତି, ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟଶିକ୍ଷିକା ନମିତା ପଧାନ, ବୟୋଜ୍ୟେଷ୍ଠ ଶିକ୍ଷକ ଶ୍ରୀ କେ.ମୁରଲୀ, ଡାକ ଏଜେଣ୍ଟ ଶ୍ରୀ ପଟ୍ଟନାୟକ, ଶ୍ରୀ ବେହେରା ଓ ଶ୍ରୀ ରାଉତ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷିକା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦାନ ଓ ଶ୍ରମଦାନ କରିଥିଲେ | ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୁ ସଂଚୟ ପାଇଁ ପ୍ରେରଣା ନବାକୁ ଉତ୍ସାହିତ କରିଥିଲେ ଓ ସ୍ୱଳ୍ପ ସଂଚୟର ଗୁରୁତ୍ୱ ବୁଝାଇଥିଲେ | ଭାରତ ସରକାରଙ୍କ ଦ୍ୱାରା ଡାକବିଭାଗ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାମାନ ଓ ରାଜ୍ୟସରକାରଙ୍କ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଯେଉଁଥିରେ ସର୍ବାଧିକ 5ଲକ୍ଷରୁ ସର୍ବନିମ୍ନ 4ହଜାର ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଉଛି, ତାହା ଉପରେ ଆଲୋକପାତ କରାଗଲା | ବାର୍ଷିକ ସଂଚୟ ପକ୍ଷ (31 ଅକ୍ଟୋବର ରୁ 14 ନଭେମ୍ବର) ପାଳନ ଅବସରରେ ଜିଲ୍ଲାସ୍ତରୀୟ ଭାଷଣ ପ୍ରତିଯୋଗିତା, ଆର୍ଥିକ ସାକ୍ଷରତା ଶିବିର ଓ ଭ୍ରାମ୍ୟମାଣ ସଂଚୟ ରଥ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି | ରାଜ୍ୟ ଆର୍ଥିକ ସେବା ଓ ସଂଚୟ ନିର୍ଦେଶାଳୟ ପକ୍ଷରୁ ରାଜ୍ୟବ୍ୟାପୀ ସଂଚୟ ପକ୍ଷ ପାଳନ କରାଯାଉଛି, ଯେଉଁଥିରେ ଜନତା ଆଗଭର ହୋଇ ଭାଗିଦାର ହେଉଛନ୍ତି |

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ