ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ

Jun 4, 2025 - 18:22
 0  79
ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୪.୦୬.୨୦୨୫ ରିଖ: ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳର ଦମଦାର ବିଜୟ !ବ୍ରହ୍ମପୁର ଠାରେ ଆୟୋଜିତ ହୋଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ନିଜ ଗ୍ରୁପର କୋରାପୁଟ, ଗଞ୍ଜାମ ବିପକ୍ଷରେ ବିଜୟୀ ହୋଇ ଗ୍ରୁପର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା ! ସେହିପରି ଅନ୍ୟ ଗୃପରୁ କଳାହାଣ୍ଡି ଦଳ ପହଞ୍ଚିଥିଲା ! ଗ୍ରୁପ୍ ଚାମ୍ପିଅନ ପାଇଁ ଅନୁଷ୍ଠିତ ଫାଇନାଲ ର ଏକ ସଂଘର୍ଷ ମ୍ୟାଚରେ ନବରଙ୍ଗପୁର ଦଳ କଳାହାଣ୍ଡି ଦଳ କୁ ପେନାଲ୍ଟି ସୁଟ ଆଉଟ୍ ରେ ୩-୨ ଗୋଲରେ ପରାସ୍ତ କରି ବ୍ରହ୍ମପୁର ଜୋନାଲ ଗ୍ରୁପ୍ ଚାମ୍ପିଅନ ହୋଇଛି ! ଫାଇନାଲ ମ୍ୟାଚ୍ ରେ ଉନ୍ନତ ମାନର କ୍ରୀଡା ପ୍ରଦର୍ଶନ କରିଥିବା ଅନୁଜ ପାୟଲ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ! ଚାମ୍ପିଅନ ନବରଙ୍ଗପୁର ଦଳକୁ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି ! ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ତଥା କ୍ରୀଡ଼ାପ୍ରେମୀ ଖୁସି ଜାହିର କରିଛନ୍ତି ! ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଦଳର ଅଧିନାୟକ ଭାବେ ଦେବ ହରିଜନ, କୋଚ ଭାବେ ଲାଲୁ ହରିଜନ ଦାୟିତ୍ଵ ନେଉଥିବା ବେଳେ ମେନେଜର ଭାବେ ଫିରୋଜ ହରିଜନ ଦାୟିତ୍ୱ ନିର୍ବାହ କରୁଛନ୍ତି ! ନବରଙ୍ଗପୁର ଦଳର ଏହି ସଫଳତାର ସୂଚନା ପ୍ରାପ୍ତ ପରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ତାରିକ ହାସେନ୍, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସେକସନ ସମ୍ପାଦକ ଅଶୋକ ନାୟକ, ସ୍ପୋର୍ଟ୍ସ ମେନେଜର ଶଶାଙ୍କ ଶେଖର ବେହେରା,ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା,ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ,ମହିଳା କ୍ରୀଡା ସମ୍ପାଦିକା ଇ. ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, କ୍ରୀଡାବିତ୍ ସପନ ବୈରାଗୀ, ଏମ. ବିଜୟ କୁମାର ସମେତ ଜିଲ୍ଲାର ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ ମାନେ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ