ଜିଲ୍ଲା ସ୍ତରୀୟ ଗଣଦୌଡ଼ ପ୍ରତିଯୋଗିତା ଭାଗନେଲେ ୨୫୦ ଜଣ ପ୍ରତିଯୋଗୀ

Mar 10, 2026 - 20:23
 0  1
ଜିଲ୍ଲା ସ୍ତରୀୟ ଗଣଦୌଡ଼ ପ୍ରତିଯୋଗିତା   ଭାଗନେଲେ ୨୫୦ ଜଣ ପ୍ରତିଯୋଗୀ

ବାରିପଦା - ତା :- ୧୦/୦୩/୨୦୨୬ ରିଖ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଅଣସ୍ୱୀକୃତି ପ୍ରାପ୍ତ ଶିଳ୍ପ ଅନୁଷ୍ଠାନ ସହଯୋଗରେ ତଥା ବାରିପଦା ଶିଳ୍ପ ତାଲିମ କେନ୍ଦ୍ର ଆନୁକୂଲ୍ୟରେ ଏକ ଗଣଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି I ଜଗନ୍ନାଥ ମନ୍ଦିର ନିକଟରୁ ବାରିପଦା ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଗଣଦୌଡରେ ୨୫୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡ଼କ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଏହି ଗଣଦୌଡକୁ ଉଦଘାଟନ କରିବା ସହ ସଡ଼କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲା ନିଯୁକ୍ତି ଅଧିକାରୀ ଆଶିଷ ବସନ୍ତିଆ, ରାଜ୍ୟ ସଭାପତି ଅରୁଣ କୁମାର ନାଏକ, ଉପ ସଭାପତି ଦିଲ୍ଲୀପ କୁମାର ମହାଭୋଇ, ଜିଲ୍ଲା ସମ୍ପାଦକ ରୁପେଶ କୁମାର ଗିରି, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ବର୍ଷା ବୈଶାଳୀ, ସୁଶାନ୍ତ ମହାନ୍ତି, ଶୁଭଦ୍ରା ବେହେରା, ବିଶ୍ୱଜିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ I ବାଳିକା ବିଭାଗରେ ସହନାଇ ଟୁଡୁ ୧ମ , ସରୋଜିନୀ ମହାନ୍ତ ୨ୟ, କବିତା ସିଂ ୩ୟ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବିଭାଗରେ ଅନିଲ କୁମାର ସିଂ ୧ମ, ସୁଦା ହେମ୍ବ୍ରମ ୨ୟ ଓ ରାମଚନ୍ଦ୍ର ଟୁଡୁ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ