।। ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ସୋମନାଥ ସିଂହ ।।

Oct 11, 2024 - 16:02
 0  15
।। ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ସୋମନାଥ ସିଂହ ।।

ବାରିପଦା - ତା :- ୧୦/୧୦/୨୦୨୪ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ରୂପାନ୍ତର ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାରେ ଅଭିନେତା ସୋମନାଥ ସିଂହଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ହାତରେ ରୂପାନ୍ତର ସମ୍ମାନ - ୨୦୨୪ ରେ ସମ୍ବର୍ଦ୍ଧିତ କରାଯାଇଛି I ପ୍ରକାଶ ଥାଉକି ଶ୍ରୀ ସିଂହଙ୍କ ପେଷା ଶିକ୍ଷକତା ଥିଲେ ମଧ୍ୟ ନିଶା ତାଙ୍କର ଥିଲା ଅଭିନୟରେ I ଶିକ୍ଷକତା କରୁଥିବା ବେଳୁ ଧୀର ବସାଙ୍କ ଦ୍ୱାରା ପ୍ରେରିତ ହୋଇ ନାଟକ ପ୍ରତି ଆକୃଷ୍ଟ ହୋଇ ନିଜ ସାହି, ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ମଞ୍ଚରେ ଆଊରଙ୍ଗଜେବ, ପାର୍ଥ, ନାରଦ ଉଵାଚ, ମୁକ୍ତାଲାଭ, ସମ୍ବାଳୁଆ, ମଧ୍ୟାନ୍ନର ରଙ୍ଗ ଆଦି ଅନେକ ନାଟକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି I ତତସହିତ ମାଗୁଣିର ଶଗଡ଼, ବିଶ୍ୱାସ ଚଳଚିତ୍ର ତଥା ଆଉରଙ୍ଗଜେବ, ପାର୍ଥ ଓ ହରିଭାଇ ହାବିଲଦାରରେ ଅଭିନୟ ସହ ଦିଲ୍ଲୀ ଦୂରଦର୍ଶନରେ ପରିବେଷିତ ଟେଲିଫିଲ୍ମରେ ମୁଖ୍ୟ ସହ ନିର୍ଦ୍ଦେଶକର ଭୂମିକା ଉଲ୍ଲେଖନୀୟ I ରାଜ୍ୟ ସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତା ରେ ବହୁବାର ତାଙ୍କ ପ୍ରେରଣାରେ ଛାତ୍ରଛାତ୍ରୀ ମାନେ ଅଭିନୟ କରିବା ସହ ପୁରସ୍କୃତ ହୋଇଛନ୍ତି I ତାଙ୍କର ସଫଳତା ପାଇଁ ସେ ଗୁରୁ ଧୀର ବସା, ଅସିତ ପତି, ଚିନ୍ମୟ ଦାସ ପଟ୍ଟନାୟକ, ପରେଶ ସାହୁ, ଲାଲଟୁ ଦା, ଶାନ୍ତନୁ ସିଂହ ଓ ତ୍ରିଲୋଚନ ସାହୁଙ୍କୁ ଶ୍ରେୟ ଦେଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ