ରାଜ୍ୟ ମହିଳା କମିସନଙ୍କ ଶିବିର ଅଦାଲତ ୮ ଗୋଟି ମାମଲାର ଶୁଣାଣି, ୪ ନୂଆ ମାମଲା ପଞ୍ଜିକୃତ

Apr 29, 2026 - 18:12
 0  1
ରାଜ୍ୟ ମହିଳା କମିସନଙ୍କ ଶିବିର ଅଦାଲତ ୮ ଗୋଟି ମାମଲାର ଶୁଣାଣି, ୪ ନୂଆ ମାମଲା ପଞ୍ଜିକୃତ

ବାରିପଦା , (୨୮/୦ ୪): ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷI ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓଡିଶା ରାଜ୍ୟ ମହିଳା କମିସନ ଶିବିର ଅଦାଲତ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମହିଳା ମାନଙ୍କ ଉପରେ ହେଉଥିବା ହିଂସା , ନିର୍ଯ୍ୟାତନା ,ଶୋଷଣ ପରି ସଙ୍ଗୀନ ମାମଲାର ତ୍ୱରିତ ସମାଧାନ ପାଇଁ ବିଭିନ୍ନ ଆବେଦନର ଶୁଣାଣି କରିଛନ୍ତି I ପୂର୍ବରୁ ୯ ଗୋଟି ମାମଲା ତାଲିକାଭୁକ୍ତ ହୋଇଥିଲା । ସେଥିମଧ୍ୟରୁ କେବଳ ୮ ଗୋଟି ମାମଲାର ସମ୍ବୋଧିତ ଆବେଦନକାରୀ ଉପସ୍ଥିତ ଥିବାରୁ ତା’କୁ ହିଁ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଶୁଣାଣି କରିଛନ୍ତି । ତହିଁରୁ ୫ ଗୋଟି ମାମଲାର ଶୁଣାଣି ପାଇଁ ପୁଣିଥରେ ପକ୍ଷଭୁକ୍ତ ମାନଙ୍କୁ ଆଗାମୀ ଶୁଣାଣି ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ୪ ଗୋଟି ନୂଆ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା କମିସନ ର ସଭ୍ୟା ପ୍ରତିଭା ମହାନ୍ତି ,ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଡୁପIଲ୍ଲୀ ,ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିହାରିକା ମହାନ୍ତି ,ସମାଜ କଲ୍ୟାଣ ଅଧିକାରିଣୀ ଅନ୍ନପୂର୍ଣ୍ଣା ବୁରୁଡ଼ା ,ଜିଲ୍ଲା ସୁରକ୍ଷା ଅଧିକାରିଣୀ ସସ୍ମିତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ,ମହିଳା ସଶକ୍ତି କରଣ କେନ୍ଦ୍ର ର ଜିଲ୍ଲା ସଂଯୋଜକ ସୀମନ୍ତ ଦିଗାର ଏବଂ ମହିଳା ସଶକ୍ତିକରଣ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ