ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜକୁ ବ୍ରୋଞ୍ଜ ମେଡାଲ - ସମ୍ବର୍ଦ୍ଧିତ କଲେ ଆରକ୍ଷୀ ଅଧିକ୍ଷକ

Jul 29, 2025 - 21:26
 0  13
ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜକୁ ବ୍ରୋଞ୍ଜ ମେଡାଲ - ସମ୍ବର୍ଦ୍ଧିତ କଲେ ଆରକ୍ଷୀ ଅଧିକ୍ଷକ

ବାରିପଦା - ତା :- ୨୯/୦୭/୨୦୨୭ ରିଖ କଟକ ଠାରେ ଅନୁଷ୍ଠିତ ୭୭ ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚାମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଟିମ ୫ମ ରାଉଣ୍ଡରେ ୪ର୍ଥ ଆଇ ଆର ବି ଏନ, ଦେଓଗଡ଼ କୁ ୩-୦ ସେଟରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି I ପୁରସ୍କାର ସ୍ୱରୂପ ଦଳକୁ ବ୍ରୋଞ୍ଜ ମେଡାଲ ସହ ୧୦ ହଜାର ନଗଦ ରାଶି ମିଳିଛି I ଚମ୍ପିୟାନସିପର ଶ୍ରେଷ୍ଠ ଖେଳାଳି ଭାବେ ଅଞ୍ଜନ ବେହେରାଙ୍କୁ ଟ୍ରଫି ଓ ୨ ହଜାର ପୁରସ୍କାର ରାଶି ମିଳିଛି I ଖବର ପାଇ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଆଜି ପୂର୍ବାହ୍ନରେ ସମସ୍ତ ଖେଳାଳିଙ୍କ ସମେତ ମ୍ୟାନେଜର ଓ କୋଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି I ଏହି ସମ୍ବର୍ଦ୍ଧନା ଉତ୍ସବରେ ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋ, ମୟୁରଭଞ୍ଜ ପୋଲିସ ସଂଘର ସଭାପତି ବିକାଶ କୁମାର ବାରିକ, ସମ୍ପାଦକ ସୁରଜ କୁମାର ରାଜ, କ୍ରୀଡା ସଂଗଠକ ଭାନୁପ୍ରତାପ ଭଞ୍ଜଦେଓ, ଏନ ଆଇ ଏସ କୋଚ ମନୋରଞ୍ଜନ ଜୀଉ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଚାମ୍ପିୟାନସିପରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ଅଞ୍ଜନ ବେହେରା, ମିଲୁ ମହାନ୍ତ ଓ ଜନ୍ମେଜୟ ଦାସ ଜାତୀୟ ସ୍ତରୀୟ ପୋଲିସ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ପୋଲିସ ଦଳର ଚୟନ ଶିବିରକୁ ମନୋନୀତ ହୋଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ