।। ରାକ୍ଷସ ସାଜିଲା ସ୍ବାମୀ ସ୍ତ୍ରୀ କଟିଲା ମୁଣ୍ଡ ଧରି ପୋଲିସ ଥାନାରେ ।।

Dec 10, 2023 - 20:16
 0  19
।। ରାକ୍ଷସ ସାଜିଲା ସ୍ବାମୀ ସ୍ତ୍ରୀ କଟିଲା ମୁଣ୍ଡ ଧରି ପୋଲିସ ଥାନାରେ ।।

ନିଜ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ମୁଣ୍ଡ ଧରି ଥାନା ରେ କଲା ଆତ୍ମ ସମର୍ପଣ l ଭୁଲ କଣ କରିଥିଲେ ଏହି କୋମଳ ୨ଶିଶୁ। ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଥାନା ବିଡାପାଜୁ ଗ୍ରାମରେ ଦେଖା ଦେଇଛି ଏହି ଘଟଣା ଆଜି ସନ୍ଦ୍ୟା ସାଢେ ପାଞ୍ଚଟା ବେଳେ ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ (35) ନିଜ ସ୍ତ୍ରୀ ଧରିତ୍ରୀ ବାଘ କୁ ଏକ ଧାରୁଆ ଟାଙ୍ଗିଆ ରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ସ୍ତ୍ରୀ ର ମୁଣ୍ଡକୁ ଏକ ବ୍ୟାଗ ସାହାଯ୍ୟ ରେ ଧରି ଵାଣିଗୋଚ୍ଛା ଥାନାରେ ଆତ୍ମ ସମର୍ପଣ କରିଛି।ପତ୍ନୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିବା ଘଟଣା ପରେ ବାଣୀଗୋଛା ପୋଲିସ୍ ଅର୍ଜ୍ଜୁନକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ଅର୍ଜୁନ ଓ ଧରିତ୍ରୀ ର ଦୁଇ ଗୋଟି ଶିଶୁପୁତ୍ର ଅଟନ୍ତି।ଜଣେ 4ବର୍ଷ ର ଏବଂଅନ୍ୟ ଜଣେ 3ମାସର କମଳ ମତି ଶିଶୁ।ନିଷ୍ଠୁର ଭାବେ ସବୁକିଛି ଭୂଲି ନିର୍ମମ ଭାବେ ନିଜ ସ୍ତ୍ରୀ କୁ ହତ୍ୟା କରିଦେଇଛି। ଯାହାକି ସେହି ଅଂଚଳ ରେ ଏକ ଚର୍ଚାରବିଷୟ ହୋଇ ପଡିଛି । ଅର୍ଜୁନ ଙ୍କ କହିବା ଆନୁସାରେ ସ୍ତ୍ରୀ ର ପରକ୍ରିୟା ପର ପ୍ରୀତିକୁ ସଂନ୍ଦେହକରି ହତ୍ୟା କରିଥିବା ସ୍ୱୀକାର କରିଛି l କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେଥିନେଇ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।

ଦଶପଲ୍ଲାରୁ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ