ରଘୁନାଥପୁରରେ ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ

Mar 1, 2026 - 17:45
 0  8
ରଘୁନାଥପୁରରେ ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ

ରଘୁନାଥପୁର: ମୟୁରଭଞ୍ଜ ଜିଲ୍ଲାର ରଘୁନାଥପୁର ସ୍ଥିତ ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲରେ ବିଶାଳ ଆଡମ୍ବରରେ ବାରିପଦା ବ୍ଲକ୍ ର ସମସ୍ତ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଜୁନିୟର୍ ଏ ସବ୍ ଜୁନିୟର୍ ଗ୍ରୁପ୍ ର ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଶିକ୍ଷାବିଦ୍ ଡ଼ଃ ସମୀର ରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପୁର୍ଣ୍ଣଚନ୍ଦ୍ର ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟ୍ୟୁସନ୍‌ର ଅଧ୍ୟକ୍ଷ ଇଂ. ପ୍ରଭାସ କୁମାର ଦାସ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଅତିଥି ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାସ, ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୁର୍ଣ୍ଣଚନ୍ଦ୍ର ହାୟର ସେକେଣ୍ଡାରୀ ସ୍କୁଲର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଅନୀତା ବାରିକ, ପୁର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଲିପିକା ଦାସ,ପୁର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ମହାନ୍ତ ଓ ଏକାଡେମିକ ବର୍ସାର ଡ଼ଃ ଆଦର୍ଶ ସତପଥୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ୍ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ସ୍କୁଲର ଭିଜନ୍ ଓ ମିଶନ୍ ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଶିକ୍ଷାର୍ଥୀମାନଙ୍କ ସାର୍ବଙ୍ଗୀଣ ବିକାଶ, ନୈତିକ ମୂଲ୍ୟବୋଧ ଓ ଆଧୁନିକ ଶିକ୍ଷା ପ୍ରଣାଳୀ ଦ୍ୱାରା ଉନ୍ନତ ନାଗରିକ ତିଆରି କରିବା ସ୍କୁଲର ଲକ୍ଷ୍ୟ ବୋଲି କହାଯାଇଥିଲା। ମୁଖ୍ୟ ଅତିଥି ଡ଼ଃ ପ୍ରଧାନ ତାଙ୍କ ଉଦ୍ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଶିଷ୍ଟାଚାର, ପରିଶ୍ରମ ଓ ଆତ୍ମବିଶ୍ୱାସର ମହତ୍ତ୍ୱ ବିଷୟରେ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଇଂ. ପ୍ରଭାସ କୁମାର ଦାସ ଶିକ୍ଷାର ଗୁରୁତ୍ୱ ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷା, କ୍ରୀଡା ଓ ସହପାଠ୍ୟ କ୍ରିୟାକଳାପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଭିଭାବକ ଓ ଶିକ୍ଷକମାନେ ଉତ୍ସାହର ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷକ ଲାକେଶ ବିନ୍ଧାଣୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ , ରୋହିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ