।। ଯୁବ ଓଡ଼ିଶା, ନବୀନ ଓଡ଼ିଶା’ ସମ୍ୱନିତ ଯୁବ ବିକାସ କାର୍ଯ୍ୟକ୍ରମର ଶୁଭାରମ୍ଭ ।।

Dec 4, 2023 - 17:17
 0  96
।। ଯୁବ ଓଡ଼ିଶା, ନବୀନ ଓଡ଼ିଶା’  ସମ୍ୱନିତ ଯୁବ ବିକାସ କାର୍ଯ୍ୟକ୍ରମର ଶୁଭାରମ୍ଭ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା, ନ୍ୟିୟୁଜ୍: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ କ୍ରୀଡାର ଭନ୍ନତି ପାଇଁ ସମନ୍ବିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସାମନ୍ତ ମହାବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଆଜିଠାରୁ ଦୀର୍ଘ ସାତ ଦିନ ଧରି ଚାଲିବା ସହିତ ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଲକ୍ଷ ରଖାଯାଇଛି । ବିଶେଷ କରି କାର୍ଯ୍ୟକ୍ରମ ରେ କ୍ରୀଡା, ସମାଜସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବେଳେ ମହା ବିଦ୍ୟାଳୟର ଅଧ୍ଯକ୍ଷ କବିରାଜ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥ୍ ଭାବରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ପ୍ରତିମା ନିକଟରେ ପ୍ରଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା ସଙ୍ଗୀତ ପରିବେଷଣ କରାଯାଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ସମ୍ମାନୀୟ ଅତିଥି ଭାବେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ,ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସମବାୟ ସମିତି ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡୁରୁକା ଉପସ୍ଥିତ ରହି ରାଜ୍ୟ ସରକାର ଯୁବ ପିଢ଼ିଙ୍କ ଖେଳ ପ୍ରତି ଥିବା ଉତ୍ସ୍ରାହକୁ ଗୁରୁତ୍ଵ ଦେବା ସହ ଖେଳାଳି ମାନଙ୍କୁ ଆଗକୁ ନେବା ପାଇଁ ସମନ୍ୱିତ ଯୁବ ବିକାସ ଯୋଜନାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ସମନ୍ୱିତ ଯୁବ ବିକାସ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ଆଗକୁ ବଢ଼ି ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମନ୍ତ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କ ସହ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । 

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ