।। ମୁନିଗୁଡ଼ା ରେ ପାନୀୟ ଜଳ ଯୋଗାଣ ବିଭାଗ ଫେଲ୍ , କରଡା ବନ୍ଧ ହରିଜନ (ଡାବା ସାହିର ) ୬ ମାସ ହେବ ସପ୍ଲାଇ ପିଇବା ପାଣି ପାଇଁ ଗ୍ରାମ ବାସୀଙ୍କ ତରଫରୁ ମୁନିଗୁଡ଼ା ବିଡ଼ିଓ ଙ୍କ ଦ୍ଵାରସ୍ଥ ।।

Feb 1, 2024 - 05:16
 0  116
।। ମୁନିଗୁଡ଼ା ରେ ପାନୀୟ ଜଳ ଯୋଗାଣ ବିଭାଗ ଫେଲ୍ , କରଡା ବନ୍ଧ ହରିଜନ (ଡାବା  ସାହିର ) ୬ ମାସ ହେବ ସପ୍ଲାଇ ପିଇବା ପାଣି ପାଇଁ ଗ୍ରାମ ବାସୀଙ୍କ  ତରଫରୁ ମୁନିଗୁଡ଼ା ବିଡ଼ିଓ ଙ୍କ ଦ୍ଵାରସ୍ଥ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତ ର ଅଧିନସ୍ଥ କରଡାବନ୍ଧ (ଡାବା ସାହିର)ଆଜିକୁ ୬ ମାସ ହେବ ପାଣି ପାଇଁ ଡହକ ବିକଳ ଓ ଗ୍ରାମର ମହିଳା ଓ ପୁରୁଷ ମୁନିଗୁଡ଼ା ବିଡ଼ିଓ ଙ୍କ ଦ୍ଵାରସ୍ଥ । ମୁନିଗୁଡ଼ା ରେ ବିଭିନ୍ନ ସମୟରେ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ହେଉ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଜଳ ଯୋଗାଣ ବିଭାଗ ତରଫରୁ ଲୋକ ମାନଙ୍କ ପାନୀୟ ଜଳ ଯୋଗାଣ କୁ ନେଇ ସବୁବେଳେ ଲୋକଙ୍କ ନିମନ୍ତେ କାମ କରୁଥିବା ସଦାସର୍ବଦା ରାଜ୍ୟ ସରକାର ଡିମ୍ ଡିମମ୍ମା ମାରୁଥିବା ଆଜି ମୁନିଗୁଡ଼ା ରେ ଫେଲ୍ ମାରିଛି। ଅଭିଯୋଗ ଅନୁସାରେ ପାତ୍ର ଗୁଡା ପଞ୍ଚାୟତର କରଡାବନ୍ଧ (ଡାବା ସାହିର) ଆଜି କୁ ୬ ମାସ ହେବ ସପ୍ଲାଇ ପିଇବା ପାଣି ଷ୍ଟେଣ୍ଡ୍ ପୋଷ୍ଟ ସମ୍ପୂର୍ଣ୍ଣ ଜାଣି ବୁଝି ବନ୍ଧ କରାଯାଇଥିବା ରୁ ବାରୁମ୍ ମ୍ବାର୍ ଅଭିଯୋଗ ପରେ ବି ବ୍ଲକ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୈଣସୀ ସମାଧାନ କରୁନଥିବା ନେଇ ଏଥିରେ ପ୍ରତ୍ୟେକ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଓ ସ୍ଥାନୀୟ ବିଡ଼ିଓ ଙ୍କୁ ଏବଂ ଜଳଯୋଗାଣ ବିଭାଗର ଏସ୍ ଡି ଓ କିମ୍ବା ଦାଇତ୍ୱ ରେ ଥିବା ଜେଇ‌ ଙ୍କୁ ଅଭିଯୋଗ ଜଣାଇଥିଲେ ସୁଧା କୈଣସୀ ତାହାର ସୁଫଳ ମିଳିପାରିନାହିଁ। ତାହାକୁ ନେଇ ଉକ୍ତ ଗ୍ରାମଗୁଡିକରେ ସାଧାରଣ ଲୋକ ଙ୍କ ମନରେ ଉତେଜନା ଦେଖାଦେଇଛି।ଉକ୍ତ ଗ୍ରାମର ମହିଳା ଓ ପୁରୁଷ ମାନେ ପାଖରେ ଥିବା ପୋଡୋସି ଗ୍ରାମ ନିକଟ ରେ ଯାଇ ଦୁଇ ତିନି କିଲୋମିଟର ଦୂରରେ ଥିବା ପିଇବା ପାଣି ମୁଣ୍ଡରେ ବୋହି ଆଣି ରୋସେଇ କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି।ଏନେଇ ବ୍ଲକ ପ୍ରଶାସନ ତୁରନ୍ତ ପାନୀୟ ଜଳ ଯୋଗାଣ ୫ କିମ୍ବା ୭ ଦିନ ଭିତରେ ସମସ୍ୟା ର ସମାଧାନ ନ କରନ୍ତି ତାହେଲେ ଆମେ ଆଗାମୀ ଦିନରେ ସ୍ଥାନୀୟ ଗ୍ରାମ ପଞ୍ଚାୟତରେ ତାଲା ପକାଇବା ସହ ରାଜ ରାସ୍ତା କୁ ବନ୍ଧ କରିବାକୁ ବାଧ୍ୟ ହେବୁ ଓ ଏଥି ପ୍ରତି ବ୍ଲକ୍ ପ୍ରଶାସନ ଦାୟୀ ରହିବେ ବୋଲି ସାନୁର୍ଯ୍ୟ ଟାକ୍ରି,ନିଲା ବତି ବାଗ୍, ନରେଶ ସୁନା, ପିଙ୍କି ଟାକିରୀ,ଜୟସେନ ବାତ୍ରା,ବିର୍ଜୀଲାଲ୍ ହିଆଲ, ସୁମିତ୍ରା ଟାକ୍ରି,ନିଲାନ୍ଦ୍ରୀ ହିଆଲ, ଭବାନୀ କୁଶୁଲିଆ, ସନ୍ୟାସୀ ପାଲକିଆ,ଗୁଞ୍ଜମଣି ଟାକିରି,ଶଖି ଡଙ୍ଗରୀ, କୁମାରୀ ଗରଡିଆ,ଅଞ୍ଜବତି ଚିଚୁଆନ, ପ୍ରମୁଖ ମହିଳା ଓ ପୁରୁଷ ବ୍ଲକ ସମ୍ମୁଖ ରେ ନିଜ ଛୁଆ ପିଲାଙ୍କୁ ଧରି ଉପସ୍ଥିତ ରହିଥିବା ବେଳେ ଗଣ ମାଧ୍ୟମ ପ୍ରତି ନିଧି ମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ମୁନିଗୁଡ଼ା ବ୍ଲକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଥିବାରୁ ତିନି ଘଣ୍ଟା ଧରି ରହି ଥିବା ବେଳେ ବ୍ଲକ ରେ କେହିବି ଷ୍ଟାଫ୍ ନଥିବାରୁ ଶେଷରେ ମୁନିଗୁଡ଼ା ବ୍ଲକ ମୁଖ୍ୟ କିରାଣୀ ଆସିବାପରେ ତାଙ୍କ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତି ନିମନ୍ତେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏଥିସହ ଉକ୍ତ ପାନୀୟ ଜଳ ଯୋଗାଣ ସମସ୍ୟା ଆସନ୍ତା କାଲି ସକାଳ ୧୦ ଘଣ୍ଟା ସମୟରେ ଏସ୍ ଡି ଓ, ଏବଂ, ଦାଇତ୍ୱ ରେ ଥିବା ଜେଇ , ପହଞ୍ଚି ସମସ୍ୟା ର ସମାଧାନ କରିବେ ବୋଲି ମୁନିଗୁଡ଼ା ବ୍ଲକ ର ମୁଖ୍ୟ କିରାଣୀ ବଡ଼ବାବୁ ଆଶ୍ଵାସନା ଦେଇ ବୁଝାସୁଝା କରି ପଠାଇ ଦେଇ ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ