।। ମୁନିଗୁଡ଼ା ରେଞ୍ଜ ବିଭାଗ କୁ ମିଳିଛି ବଡ ସଫଳତା:ମୁନିଗୁଡା ରେଞ୍ଜଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ୍ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜର ଜଗଦଲପୁର ଜିପିର, ବଡକାନ୍ଦୁଲ୍ ପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ସହ ୨ ଦେଶି ବନ୍ଧୁକ ଓ କିଛି ବାରୁଦ୍ ପାଉଡର ଜବତ ସହ ଜଣେ ଗିରଫ୍ l ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜର ଅନିଲ କୁମାର ବଳଙ୍କ ନେତୃତ୍ବ ରେ ବନ ବିଭାଗର wildlife squad 10 ଜଣିଆ ଟିମ ଗଠନ କରି ରାୟଗଡ଼ା ଜିଲ୍ଲା ର ମୁନିଗୁଡା ରେଞ୍ଜର ଓ ଫୁଲବାଣୀ ସୀମାନ୍ତରେ ଥିବା ବଡ଼ କାନ୍ଦୁଲପଡା ଗ୍ରାମରେ ଚଢାଉକରି ଏକ କଲରାପତ୍ରିଆ ବାଘ ଛାଲ ସହ ୨ଟି ଦେଶି ବନ୍ଧୁକ ଓ କିଛି ବାରୁଦ୍ ପାଉଡର ଜବତ କରିଥିବା ବେଳେ ଜଣେ ଶିକାରିକୁ ଗିରଫ୍ କରିବାରେ ମୁନିଗୁଡ଼ା ରେଞ୍ଜ୍ ବିଭାଗ ଅଧିକାରୀ ସଫଳ ହୋଇଛନ୍ତି । ଗିରଫ୍ ଜଣକ କିତାନା ଆନ୍ଧିକିଆ ୩୧ ବୟସ। ଅନ୍ୟଜଣେ ସହଯୋଗି ସୁମନ୍ତ ସିକୋକା ବୋଲି ଜଣା ପଡିଥିବା ବେଳେ। ସୁମନ୍ତ ଫେରାର ହୋଇ ଥିବା ଜଣାପଡିଛି। ଏନେଇ ମୁନିଗୁଡ଼ା ବନ ଭିଭାଗ ବିଶେସ୍ ଶୁତ୍ରରୁ ସୂଚନା ପାଇବା ପରେ l ରେଞ୍ଜର ଅନୀଲ କୁମାର ବଳ,ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ,ରେଞ୍ଜ ବିଭାଗ ର,ମୁନିଗୁଡା ଫରେଷ୍ଟର ପ୍ରୋମୋଦିନୀ ମାଣ୍ଡାଙ୍ଗୀ,ଜଗଦଲପୁୁ ସେକ୍ସନ ସୁବାସୀନୀ ମୁଲି ଫରେଷ୍ଟ ଗାର୍ଡ,ରୋନିତ୍ କୁମାର ମହାରଣା, ଫରେଷ୍ଟ ଗାର୍ଡ, ସୁରେଶ ପାତ୍ର, ଫରେଷ୍ଟର ଅମ୍ବାଦଳା,ପି ଡଣ୍ଡସେନା ଫରେଷ୍ଟ ଗାର୍ଡ,ପିଙ୍କି ଭୁଆନ ଫରେଷ୍ଟ ଗାର୍ଡ,ସର୍ମିଷ୍ଟାବଡଜେନା ଫରେଷ୍ଟ ଗାର୍ଡ,କସ୍ତୁରୀ ଡଣ୍ଡସେନା , ଏସି ଏଫେ ସନ୍ଦିପ ପ୍ରୃଷ୍ଟି ,ସମେତ ୧୦ ଜଣିଆ ଫରେଷ୍ଟ ଟିମ୍ ମାନଙ୍କୁ ନେଇ ଔ।ଇଡ୍ ଲାଇଫ୍ ସ୍କୁଆର୍ଡ଼୍ ଯୋଗେ ପେଟ୍ରୋଲିଙ୍ଗ୍ କରି ରାୟଗଡ଼ା ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ସିମାନ୍ତରେ ଥିବା ଜଗଦଲପୁର ଜିପିର ବଡକାନ୍ଦୁଲ୍ ପଡା ଗ୍ରାମ ର କିତାନା ଆନ୍ଦକିଆଙ୍କ ଘରେ ରେଡ୍ କରିଥିଲେ। ରେଡ୍ କରିଥିବା ବେଳେ ତାଙ୍କର ଘରୁ ଏକ କଲରା ପଥ୍ରିଆବାଘ ଛାଲ, ଦୁଇଟି ଦେସିବନ୍ଧୁକ, ଓ କିଛି ବାରୁଦ୍ ପାଉଡର ଜବତ କରିଥିଲେ ।ଏହି ରେଡ୍ ବେଳେ କିତାନା ଆନ୍ଦକିଆଙ୍କୁ ଗିରଫ୍ କରାଯାଇଥିବାବେଳେ ସାମନ୍ତ ଶିକୋକା, ନାମକ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣା ରେ ସଂପୃକ୍ତ ଥିବା ଅନୁମାନ କରାଯାଇଛି। ସେହି ଜବତ ବାଘଛାଲଟି( ଅଣ୍ଡିରା ବା ପୁରୁଷ ବାଘ) ର ଛାଲ ଓ ଏହାର ଲମ୍ବ ୨୨୦ସି ଏମ୍, ଥିବା ବେଳେ ଚୈଡା ୬୦ ସି ଏମ୍ , ଅଛି ଏବଂ ତାହାର ବାଘନଖ ଓ ବିର ହାଡ଼ କୁ ବିକ୍ରି କରିଦେଇଥିବା ନିଜେ ମାନିନେଇ ସ୍ବୀକାର କରିଛି ବୋଲି ଜଣା ପଡିଛି। ଏନେଇ ମୁନିଗୁଡ଼ା ଫରେଷ୍ଟ ଅଫିସରେ କେଶ୍ ନମ୍ବର ୧୪୪/ ୨୩-୨୪ ଓ ଔ। ଇଡ୍ ଲାଇଫ୍ ଏକ୍ଟ୍ ୯,୪୪,୪୯,୫୦ ,ଓ ୫୧,ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବାସହ ଏହି ଘଟଣାରେ ଆହୁରି କାହାର ସମ୍ପୃକ୍ତ ରହିଥାଇ ପାରେ ବୋଲି ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ମୁନିଗୁଡ଼ା ରେଞ୍ଜର ଅନିଲ କୁମାର ବଲ, ଓ ଫରେଷ୍ଟର ପ୍ରୋମୋଦିନୀ ମାଣ୍ଢାଙ୍ଗୀ,ଶୂଚନା ଦେଇଛନ୍ତି।
ବ୍ୟୁର ଚିଫ୍ପୋ ସତ୍ୟଜିତ ସଡଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






