।। ମାଳିପର୍ବତ ସଙ୍ଘ ଦ୍ଵାରା ବୃକ୍ଷ ରୋପଣ ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଳିପର୍ବତ ପାହାଡ଼ ଉପରେ ମାଳିପର୍ବତ ସୁରକ୍ଷା ସମିତି ସଙ୍ଘ ତରପରୁ ବୃକ୍ଷ ରୋପଣ କରଯାଇଛି l ପ୍ରତେକ ବର୍ଷ ମାଳିପର୍ବତ ଚତୁର୍ପାଶ୍ୱର ଲୋକେ ମାଳିପର୍ବତ ଉପରେ ଆସି ବିଭିନ୍ନ ପ୍ରକାର ଗଛ ଲଗେଇ ଥାନ୍ତି l ପ୍ରାୟ 3ରୁ 4 ହଜାର ଗଛ ଲଗେଇ ଥିବାବେଳେ ସେଥିରେ ଆମ୍ବ, ପଣସ, ପିଜୁଳି, ଜାମ୍ବ କୋଳି, ତେନ୍ତୁଳି ଆଦି ଫଳ ଗଛ ଲଗେଇ ଥାନ୍ତି l ସେଥି ମଦ୍ୟରୁ ମୂଲ୍ୟବାନ ଗଛ ଶାଳ,ପିଆଶାଳା ଚନ୍ଦନ,ଟିକ ପ୍ରଭୁତି ଗଛ ଲଗେଇଥିବା ଦେଖିବାକୁ ମିଳିଛି l କୋରାପୁଟ ଏକ ଘଞ୍ଚଜଙ୍ଗଲ ସବୁଜ ଭରା ସନ୍ଧର୍ଯ୍ୟମୟ ହୋଇଥିବା ବେଳେ ସରକାର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରିବା ଦ୍ଵାରା କୋରାପୁଟର ସବୁଜ ସନ୍ଧର୍ଯ୍ୟ ନଷ୍ଟ ହେବାରେ ଲାଗିଛି l କୋରାପୁଟର ଆଦିବାସୀ ଲୋକେ ପାହାଡ଼ ପର୍ବତ ଉପରେ ନିର୍ଭର କରି ଜୀବିକା ନିର୍ବାହ କୋରିଆସୁଥିବା ବେଳେ ଜଙ୍ଗଲ ଜାତ ଦ୍ରବ୍ୟ ପାଇବାରେ ଅସୁବିଧା ହୋଉଛି l ଯା ଦ୍ଵାରା ଲୋକେ ଜାଳେଣି ନିମନ୍ତେ କାଠ, ଖୋଲି ପତ୍ର,ଫୁଲ,ଫଳ ଓ ଆଦିବାସୀ ଦିଶାରୀ ପୂଜାରୀ ନିମନ୍ତେ ଚେରମୁଲି ଔଷଧ ପାଇବାରେ ଅସୁବିଧା ହୋଉଛି ବୋଲି ମାଳିପର୍ବତର ସଭାପତି ଶ୍ରୀ ବିଜୟ ଖିଲ ମତ ପ୍ରକାଶ କରିଛନ୍ତି l
ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






