।। ମାଳିଗାଁରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ’ଆମ ଓଡିଶା ନବୀନ ଓଡିଶା’ ଅନୁଷ୍ଠିତ ।।

Feb 19, 2024 - 16:46
 0  6
।। ମାଳିଗାଁରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ’ଆମ ଓଡିଶା ନବୀନ ଓଡିଶା’ ଅନୁଷ୍ଠିତ ।।

ଓଡ଼ିଆ ବାର୍ତ୍ତା,ଥୁଆମୂଳ ରାମପୁର(ପ୍ରଦୀପ କୁମାର ପଣ୍ଡା):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଫୁଲମତୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସରକାରୀ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ଯ ବଳଦେବ ଗୌଡ, ବଂଶୀଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଶ୍ରୀ ନାଏକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ପଞ୍ଚାୟତ ବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଏଥିସହିତ ମଞ୍ଚରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ତଥା କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ମହାନନ୍ଦଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପଞ୍ଚାୟତର ନିର୍ବାହୀ ଅଧିକାରୀ ଜଗନ୍ନାଥ ଦଣ୍ଡସେନା ପରିଚାଳନା କରିଥିବା ବେଳେ ଯୋଗାଣ ସହାୟୀକା ସୁଜତା ନାଏକ ଓ ପଞ୍ଚାୟତର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା।ଶିକ୍ଷକ ଚିତ୍ରସେନ ନାଏକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ