ମାଲକାନଗିରି ଏସ ବି ଅର୍ ସିଟି ଦ୍ଵାରା 35 ଜଣ ମହିଳା ମାନଙ୍କୁ ପାପଡ଼, ଅଚାର ଏବଂ ମସଲା ତିଆରି ପ୍ରଶିକ୍ଷଣ

Dec 29, 2025 - 18:52
 0  16
ମାଲକାନଗିରି ଏସ ବି ଅର୍ ସିଟି ଦ୍ଵାରା 35 ଜଣ ମହିଳା ମାନଙ୍କୁ  ପାପଡ଼, ଅଚାର ଏବଂ ମସଲା ତିଆରି ପ୍ରଶିକ୍ଷଣ

ମାଲକାନଗିରି ର ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ (SB RSETI) ସ୍ୱୟଂ ସହାୟକ ଗୋଷ୍ଠୀଓ ବିଭିନ୍ନ ଗ୍ରାମ ବନ ସୁରକ୍ଷା ସମିତି ଅଞ୍ଚଳର 29 ଜଣ ଯୁବତୀ ଓ ମହିଳା ସଦସ୍ୟଙ୍କୁ ପାପଡ଼, ଅଚାର ଏବଂ ମସଲା ପାଉଡର ତିଆରି ଉପରେ 20 ଦିନିଆ ତାଲିମ କାର୍ଯ୍ୟକ୍ରମ ପ୍ରାରମ୍ଭ କରିଛି, ଯାହା 22 ଡିସେମ୍ବର, 2025 ରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପଞ୍ଚାୟତର 29 ଜଣ ମହିଳା ସଦସ୍ୟ ମାନେ ଯୋଗ ଦେଇଛନ୍ତି ଏହି ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଏହି ତାଲିମ୍ ଦ୍ୱାରା କିପରି ସ୍ବାବଲମ୍ବୀ ହୋଇ ପାରିବେ ନିଜର ଆର୍ଥିକ ସ୍ଥିତି ସୁଧାରିବା ସହ ପରିବାର କୁ ଆର୍ଥିକ ସ୍ୱଚ୍ଛଳ କରିପାରିବେ । ଏଥି ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ବ୍ୟାଙ୍କ ଦ୍ୱାରା ଅଳ୍ପ ସୁଧ ରେ ଋଣ ଯୋଗାଇ ଦିଆଯିବା ପାଇଁ ସହାୟତା କରାଯିବ ବୋଲିବୁଝେଇ ଥିଲେ । ଏହି ତାଲିମ୍ ପ୍ରଶିକ୍ଷକ ଶ୍ରୀମତୀ ମୌନା ପଟେଲ ବିଭିନ୍ନ ପ୍ରକାରର ପାପଡ ଆଚାର ମସଲା ପ୍ରସ୍ତୁତି ଓ ଏହାର ଚାହିଦା ସଂପର୍କ ରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରଶିକ୍ଷକ ବିପିନ ବିହାରୀ ଶତପଥୀ ଉପସ୍ଥିତ ରହି ପାପଡ, ଅଚାର ଏବଂ ମସଲା ପାଉଡର ତିଆରି ତାଲିମରେ ଜ୍ଞାନ ହାସଲ କରିବା ପାଇଁ ଆଗକୁ ଆସିଥିବାରୁ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶଂସା କରିଥିଲେ ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ଜୀବନରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ରାଜ ଶେଖର ପଟ୍ଟନାୟକ ଅଂଶଗ୍ରହଣକାରୀମାନଙ୍କୁ ତାଲିମ ସମୟରେ ପ୍ରାପ୍ତ ଜ୍ଞାନକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ, ଯାହା ଦ୍ଵାରା ସେମାନେ ସେମାନଙ୍କର ଉତ୍ପାଦ ବିକ୍ରୟ ମାଧ୍ୟମରେ ଆୟ ସୃଷ୍ଟି କରି ସେମାନଙ୍କ ପରିବାରକୁ ପ୍ରତିପାଳନ କରିପାରିବେ। କାର୍ଯ୍ୟକ୍ରମ ସମୟରେ, କିଛି ଅଂଶଗ୍ରହଣକାରୀ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। RSETI ର ନିର୍ଦ୍ଦେଶକ ଶ୍ରୀ ବେହେରା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ