ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନୂଆପଡା ଜିଲ୍ଲା ଗସ୍ତ ବେଳେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ

Dec 20, 2024 - 18:57
 0  16
ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନୂଆପଡା ଜିଲ୍ଲା ଗସ୍ତ ବେଳେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ

ନୂଆପଡା, ତା -୨୦/୧୧/2024 ନୂଆପଡା ଜିଲ୍ଲା ଗସ୍ତ ରେ ଆସିଥିବା ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଙ୍କ ସହିତ ବିଜେପି ର ବରିଷ୍ଠ ନେତା ପୂର୍ବ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣଗ୍ରାହୀ ସର୍କିଟ ହାଉସ ଠାରେ ନୂଆପଡା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରି ତୁରନ୍ତ ସମାଧାନ ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରିଥଲେ। ଜିଲ୍ଲା ରେ ୩୦୯ ମଞ୍ଜୁରିପ୍ରପ୍ତ ଡାକ୍ତର ପୋଷ୍ଟ ରୁ ୧୨୭ ଥିବା ବେଳେ ୧୮୨ ପଡ ଖାଲି ପଡ଼ିଛି। ତନ୍ମଧ୍ୟରୁ ୩୦ ଜଣ ଡାକ୍ତର ଷ୍ଟଦି ଲିଭ୍ ରେ ଅଛନ୍ତି।ନର୍ସିଂ ଅଫିସର ୩୬୨ ରୁ ୨୪୩ ଥିବା ବେଳେ ୧୧୯ ଖାଲି ଅଛି। ଫାର୍ମାସୀ ଅଫିସର ଦଶ ଟି ପଡ ଖାଲି ଅଛି। ଲାବୋରେଟରୀ ଟେକ୍ନିଶିଆନ ୩୩ ରୁ ୧୭ ଥିବା ବେଳେ ୧୬ ଖାଲି ପଡ଼ିଛି। ରେଡାୟୋଗ୍ରାଫର ୭ରୁ ଚାରି ଅଛନ୍ତି, ତିନି ଖାଲି ପଡ଼ିଛି। ଜିଲ୍ଲା ସଦରମହକୁମା ହସ୍ପିଟାଲ ରେ ୧୩୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ରୁ ମାତ୍ର ଚାଳିଶ ଡାକ୍ତର ଅଛନ୍ତି ଓ ୯୦ ଡାକ୍ତର ପଡ ଖାଲି ପଡ଼ିଛି। କୋମନା ରେ ୭, ଖରିଆର୍ ରୋଡ ରେ ୧୦, ଖରିଆର ସବ୍ ଦିଭିଜନାଲ୍ ହସ୍ପିଟାଲ ରେ ୩୪, ଭେଲା ରେ ୧୧, ବୋଡ଼େନ ରେ୧୧ ଓ ସିନାପାଲି୯ ରେ ଡାକ୍ତର ପଡ ଖାଲି ପଡ଼ିଛି। ଏଣୁ ଜିଲ୍ଲାର ସ୍ଵାସ୍ଥ୍ୟ ସମସ୍ୟା କେତେ ଉତ୍କଟ ଥିବ ଆପଣ ଅନୁଭବ କରି ପାରୁଥିବେ ବୋଲି ଶ୍ରୀ ପାଣିଗ୍ରାହୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ପାଖରେ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ତୁରନ୍ତ କୋମନା, ଖାରିଆର, ସିନାପାଲି କୁ ଜଣେ ଲେଖାଏ ସ୍ତ୍ରୀ ରୋଗ ବିଶେଷଜ୍ଞ, ଖରୀଆର କୁ ସର୍ଜରୀ ବିଶେଷଜ୍ଞ , ନୂଆପଡା ସଦମହକୁମାରେ ଗୋଟିଏ ନିଶ୍ଚେତକ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ ତୁରନ୍ତ ନିଯୁକ୍ତି ଦେଈ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା କୁ ଉଦ୍ଧାର କରିବା ପାଇଁ ଶ୍ରୀ ପାଣିଗ୍ରାହୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ପାଖରେ ଦାବୀ କରିଥଲେ। କୋମନା ଓ ଭେଲା ହସ୍ପିଟାଲ ରେ ବାଉଣ୍ଡ୍ରି ୱାଲ୍, ଭେଲା ରେ ନୂତନ ବିଲଡିଂ, ଜରାଜୀର୍ଣ୍ଣ ବୋଡ଼େନ ଓ କୋମନା ର ପୁରୁଣା ବିଲ୍ଡିଂ ଭାଙ୍ଗି ସେଠି ଷ୍ଟାଫ କୁଆର୍ଟର ନିର୍ମାଣ ପାଇଁ ଦାବୀ କରାଯାଇଛି।ଏହି ଆଲୋଚନା ଓ ଦାବୀ ପତ୍ର ପ୍ରଦାନ ସମୟ ରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସୁବ୍ରତ ଠାକୁର ଓ ଅନ୍ୟାନ୍ୟ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ମହଲିଙ୍ଗ ଉତ୍ତରାଧିକାରୀ ସୁତ୍ର ରେ ଏକ ଚବିଶ ବର୍ଷ ର ଜର୍ଜର ସ୍ଵାସ୍ଥ୍ୟ ବିଭାଗ ଆମକୁ ମିଳିଛି, ସେଥିରେବି ମୁଁ ନୂଆପଡା ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ସମସ୍ୟା ପାରୁ ପର୍ଯ୍ୟନ୍ତ ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ