।। ମହୁମାଛି ଆକ୍ରମଣ ରେ ୩ଗୁରୁତ୍ୱର ଅନେକ ଆହାତ ।।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଅଘଟଣ ।ମହୁଁମାଛି ଆକ୍ରମଣରେ ତିନି ଗୁରୁତ୍ତ୍ଵର ଅନେକ ଆହାତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧି ଥିବା ମହୁଁମାଛି କୌଣସି କାରଣରୁ ବାହାରି ସଭା ସ୍ଥଳରେ ବସିଥିବା ଲୋକଙ୍କୁ ଆକ୍ରମଣ କରିଥିଲେ ।ଯାହାଫଳରେ କଲ୍ୟାଣସିଂହପୁର ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ , ଛାଞ୍ଚଡ଼ାଗୁଡା ଗ୍ରାମର ମୁନିଙ୍ଗ କାଳୁ ଗୋପାଳ , ଦୁଲେଣି ଗୁଡା ଗ୍ରାମର କଞ୍ଜ।କା ରାଜ ଗୁରୁତ୍ୱ ହୋଇଥିବା ବେଳେ ତ୍ରିନାଥ କୌଶଲ୍ୟା,ବିର୍ସୁ ହିକକା ସମେତ ବହୁ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି, ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ତରଫରୁ ପାଣି ସ୍ପ୍ରେକରି ମହୁମାଛି କୁ ଘଉଡ଼ାଇ ଥିଲେ । ଘଟଣା ସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡ଼ିରେ ଆଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! କାର୍ଯ୍ୟରତ ଡାକ୍ତର ଚିନ୍ମୟ ଲିମା ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ ଓ ମୁନିଙ୍ଗକାଳୁ ଗୋପାଳ ଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇ ଥିବା ସୂଚନା ଦେଇଛନ୍ତି ।
ରାୟଗଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା
What's Your Reaction?






