ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
ଝାରସୁଗୁଡା,୨୮।୧୧(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ନନ୍ଦିନୀ ଶତପଥୀଙ୍କ ତତ୍ତ୍ଵାବଧାନରେ ରେ ବୁଧବାର ଦିନ ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ହୋଇଥିବା ବେଳେ ଏଥିରେ ବିଭିନ୍ନ ଖେଳ ତଥା ଦୌଡ଼,ଜବ୍ଲିଂ ଥ୍ରୋ,ମ୍ୟୁଜିକାଲ ଚେୟାର ସର୍ଟଫୁଟ , ଡିସକସ ଆଦି ପ୍ରତିଯୋଗିତା ହୋଇଥିଲା। ଏହା ସରବାହାଲ ସ୍ଥିତ ଉଚ୍ଚ ବିଦ୍ୟାଳୟ ର ଖେଲାପଡ଼ିଆରେ ହୋଇଥିଲା । ମହାବିଦ୍ୟାଳୟ ର ପ୍ରାଙ୍ଗଣରେ ବିଭିନ୍ନ ଖେଳ ହେବାପରେ ଅଧ୍ୟାପକ, ଅଧ୍ୟାପିକା ଓ ସହକାରୀ କର୍ମଚାରୀ ଙ୍କ ମ୍ୟୁଜିକାଳ ଚେୟାର ପ୍ରତିଯୋଗିତା ହୋଇ ଥିଲା ।ଏଥିରେ ଗୃହବିଜ୍ଞାନ ବିଭାଗର ମୁଖ୍ୟ ଡ଼ ଜୟଶ୍ରୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ,ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷା ନନ୍ଦିନୀ ଶତପଥୀ ଦ୍ୱିତୀୟ ଓ ରାଜନୀତି ବିଭାଗର ମୁଖ୍ୟା ଶ୍ରୀମତୀ ରେଣୁକା ପୂଜାରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏବଂ ସହକାରୀ କର୍ମଚାରୀ ଙ୍କର ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତା ରେ ବବିତା ରଣା ପ୍ରଥମ ସ୍ଥାନ,ଯୁଗଳ କିଶୋର ବେହେରା ଦ୍ଵିତୀୟ ଓ ବିଦେଶିନୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶୁକ୍ରବାର ଉଦଜାପନୀ ଅବସରରେ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଓଡ଼ିଆ ବିଭାଗର ମୁଖ୍ୟା ଶ୍ରୀମତୀ କଲ୍ୟାଣୀ ମିଶ୍ର ସଭାପରିଚଳନା କରିଥିଲେ । ଏଥିରେ ମହାବିଦ୍ୟାଳୟ ର ଖେଳ ଦାୟିତ୍ଵ ରେ ଥିବା ସଦସ୍ୟ ଶ୍ରୀଯୁକ୍ତ ନିରୋଜ କୁମାର ପଟେଲ, ,ମଦନ ବିଶ୍ଵାଳ,ଅଂଶୁମାନ ମିତ୍ର,ରେଶ୍ମା ଏକ୍କା,ଗକୁଲା ନନ୍ଦ ସାହୁ , ପି.ଇ. ଟି ସରୋଜ ନାଏକ ସମସ୍ତେ ଏହି ଅବସରରେ ସବୁ କାର୍ଯ୍ୟ ପରିଚାଳନ କରିଥିଲେ। ସଭା ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ନୈଋତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡ଼ିଶା)
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0