।। ମହିଳାଙ୍କ ଗ୍ରୁପ ଋଣ ଟଙ୍କା ହଢ଼ପ ।।

Aug 31, 2023 - 16:47
 0  59
।। ମହିଳାଙ୍କ ଗ୍ରୁପ ଋଣ ଟଙ୍କା ହଢ଼ପ ।।

ଥୁଆମୂଳ ରାମପୁର ବ୍ଲକ ସିନ୍ଦିପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟେବାକଲମ ଗାଁ ର ଗ୍ରୁପ କିଛି ମହିଳା ଏକ ଅଭିଯୋଗ ଆଣିଛନ୍ତି ଯେ ଟିଟିରି ପଡା ର ସୁରେନ୍ଦ୍ର ନାଏକ,

ବିଜୟ ନାଏକ ଏହି ଦୁଇ ଜଣ ବ୍ୟକ୍ତି ମହିଳା ମାନଙ୍କୁ ଋଣ କରିଦେବୁ ବୋଲି ବ୍ୟାଙ୍କ ପାସବୁକ, ଆଧାର କାର୍ଡ, ପାସ ଫୋଟୋ, ଭଟ ଫୋଟୋ ମାଗି କନିଗୁମା ସ୍ଥିତ ଇସାଫ ଫାଇନାସ ବ୍ୟାଙ୍କ ରେ ନଅ ଜଣଙ୍କ ନାଁରେ ଜଣ ପ୍ରତି ତିରିଶ ହଜାର ଟଙ୍କା ମଞ୍ଜୁର କରାଇଲେ ଏବଂ ସେହି ଟଙ୍କା କୁ ବ୍ୟକ୍ତି ଜଣକ ହଢ଼ପ କରିଥିବା ସମ୍ବଧେ ମହିଳା ମାନେ ଥୁଆମୂଳ ରାମପୁର ଥାନା ରେ ଅଭିଯୋଗ କରିଛନ୍ତି l

ଠିକ ସେହିଭଳି ଏହି ଦୁଇ ଜଣକ ଯୁବକ ଜୟପାଟଣା ଏବଂ ଟିକିରି ଋଣ କରିଦେବୁ ବୋଲି ମଧ୍ୟ କିଛି ଲୋକଙ୍କର ପାସବୁକ ରେ ଜମା ହୋଇଥିବା ଟଙ୍କା ଆତ୍ମ ସାତ କରିଥିବା ଶୋଷଣ ଶିକାର ହୋଇ ଥିବା ଅଭିଯୋଗ କାରି ଅଭିଯୋଗ କରିଛନ୍ତି l

ଏନେଇ ଫୁଲ ମତି ମାଝୀ ଠକାମୀ ର ଶିକାର ହୋଇ ଥିବା ମହିଳା ମାନଙ୍କୁ ନେଇ ଆଜି ଥୁଆମୂଳ ରାମପୁର ଥାନାରେ ଦ୍ୱାରସ୍ତ ହୋଇଛନ୍ତି l ଲକ୍ଷାଧିକ ଟଙ୍କା ଏହି ଦୁଇ ଜଣ ଯୁବକ ଆତ୍ମ ସାତ କରିଥିବା ଅଭିଯୋଗ ହୋଇଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ