ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ତୃତୀୟ ଦିବସ ପରିକ୍ରମା

Nov 22, 2024 - 18:55
 0  8
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ତୃତୀୟ ଦିବସ ପରିକ୍ରମା

ବାରିପଦା ୨୧/୧୧: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ତୃତୀୟ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୭:୩୦ଟା ସୁଦ୍ଧା କ-ବର୍ଗରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗକୁ, ମଣିପୁର ବିଶ୍ୱବିଦ୍ୟାଳୟ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଓ ସିକିମ ମଣିପାଲ୍‌ ବିଶ୍ୱବିଦ୍ୟାଳୟକୁ, ଉତ୍କଳ ବିଶ୍ୱବିଦ୍ୟାଳୟ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଖ-ବର୍ଗରେ ବି.ଏନ୍‌.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାର ସୋଆ ବିଶ୍ୱବିଦ୍ୟାଳୟକୁ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ବି.ଏନ୍‌.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାରକୁ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ମୁଜାଫରନଗର ବିହାରକୁ, ପରାସ୍ତ କରିଥିଲା । ଗ-ବର୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ରାଇଗଡ଼ ଛତିଶଗଡ଼କୁ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ କିସ୍‌ ବିଶ୍ୱବିଦ୍ୟାଳୟକୁ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଘ-ବର୍ଗରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ ମିଜୋରାମ ବିଶ୍ୱବିଦ୍ୟାଳୟକୁ, ବିଶ୍ୱଭାରତୀ ସ୍ଫୋର୍ଟ୍ସ ବୋର୍ଡ୍‌ ବିଶ୍ୱଭାରତୀ ପଶ୍ଚିମବଙ୍ଗ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଇମ୍ଫାଲ ମଣିପୁରକୁ, ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ ଦରଭଙ୍ଗା ବିହାର ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଆଜିର ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ପମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଖେଳକୁ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ରେଫରୀ ବୋର୍ଡ୍‌ର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଓ ପ୍ରତିଯୋଗିତାର ପ୍ରୋଟେଷ୍ଟ୍‌ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଭଲିବଲ୍‌ ଆସୋସିଏସନ୍‌ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ, କ୍ରୀଡ଼ା ପରିଷଦର ଉପବିଭାଗ ଅଧିକାରୀ ସଞ୍ଜୀବ କୁମାର ତନ୍ତୀ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରମୁଖ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ