।। ମରିଯିବୁ ପଛେ ସିଜମାଳିକୁ ଛାଡ଼ିବୁ ନାହିଁ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତିଜମାଳି ପାହାଡ଼କୁ ବିଦେଶୀ ପୁଞ୍ଜିପତି ଙ୍କ ହାତରେ କେବେବି ଟେକିଦିଆଯିବ ନାହିଁ ବୋଲି ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା କମିଟି ପକ୍ଷରୁ କଡା ଚେତାବନୀ ଦିଆଯାଇଛି। ତିଜମାଳି ପାହାଡ଼କୁ ନେଇ ରାଜନୀତି କରା ନଯାଉ ଏହାର ସୁରକ୍ଷା କେମିତି ହୋଇ ପାରିବ ସେଥିପାଇଁ ଏଠାକାର ବିଜେଡ଼ି, କଂଗ୍ରେସ, ବିଜେପି, ଦଳର କର୍ମୀ ମାନେ ସହୋଯୋଗ କରିବା ପାଇଁ ଉକ୍ତ ଆନ୍ଦୋଳନ କମିଟି ଦ୍ଵାର ଅନୁରୋଧ କରାଯାଇଛି। ଏନେଇ ଶୁକ୍ରବାର ପୁଲିଙ୍ଗପଦର ଗାଁ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୁରୁଷ ଓ ମହିଳା ଉପସ୍ଥିତ ରହି ଆନ୍ଦୋଳନ ପାଇଁ ନେଇ ଥିଲେ ସପଥ । ଏଥିରେ କଣ କହୁଛନ୍ତି ସଂଗ୍ରାମୀ ଶୁଣିବା lଏହିକାର୍ଯ୍ୟ ରେ କାର୍ତ୍ତିକ ମାଝୀ, ରାଜକିଶୋର, ରାମଚନ୍ଦ୍ର ମାଝୀ, ଧବାସାହୁ, ଘେନୁ ନାଏକ ପ୍ରମୁଖ ସଂଗ୍ରାମୀ ମାନେ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଟିକୁ ପରିଚାଳନା କରିଥିଲେ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା ସମିତି ର ସଦସ୍ୟ ଜିତେନ୍ଦ୍ର ବେନିଆ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






