ମରାମତି ନ ହୋଇ ରାସ୍ତା ବିପଦକୁ ଡାକୁଛି
କଳାହାଣ୍ଡି ମକୁନ୍ଦ ନାଏକ :-(ଫାଷ୍ଟ ନ୍ୟୁଜ ଓଡିଶା ) ଥୁଆମୂଳ ରାମପୁର କୋଷାବରା ଗ୍ରାମ ଚାରି ଛକ ଠାରୁ ଗୁଡ଼ିପଡ଼ା କୁ ଯିବା ରାସ୍ତା ପୁରା ଶୋଚନୀୟ l ଏହି ରାସ୍ତା ଦେଇ ଅନେକ ମଟର ସାଇକେଲ ଠାରୁ ଆରମ୍ବ କରି ଅନେକ ଯାନବାହାନ ଯିବା ଆସିବା କରୁଛି l ଥୁଆମୂଳ ରାମପୁର ଠାରୁ ମହୁଲ ପାଟଣା ରାସ୍ତା ନୂତନ ରାସ୍ତା କରାଯାଇ ଯେଉଁ ଅବସ୍ଥା କରିଛି ତାହା ନ କହିବା ଭଲ l ରାସ୍ତା ନିର୍ମାଣ କରୁଥିବା ଇନଚାର୍ଜ କୁ ବେସରକାରୀ ଯନ୍ତ୍ରୀ କୁ ଅନେକ ଥର ରାସ୍ତା କୁ ନେଇ ଅଭିଯୋଗ କରାଗଲା ପରେ ବି କିଛି ସୁଫଳ ମିଳି ନାହିଁ l ପିଚୁ ରାସ୍ତା କୁ ସଂଯୋଗ କରି ଥିବା ଗୁଡ଼ିପଡା ରାସ୍ତା ବହୁତ ବିପଦ ଆଡକୁ ଠେଲୁଛି l ମୁଖ୍ୟ ରାସ୍ତା ରୁ ବହୁତ ଗଡ଼ନିଆ ଅଛି ଯାନବାହାନର ଚକା ଧସି ଯାଉଛି ଏବଂ କିଛି ଲୋକ ଦୁର୍ଘଟଣା ଘଟିଲାଣି ହେଲେ କେବେ ଏହି ରାସ୍ତା ମରାମତି କରିବେ ଏହା ଏକ ବଡ଼ ପ୍ରଶ୍ନ? ପିଚୁ କରିଥିବା ନୂତନ ରାସ୍ତା ପାର୍ଶ୍ୱରେ ହମ୍ପସ ଭୋଳି ଉଚ୍ଚା ରହିଥିବା ବେଳେ ମେଟାଲ କିପରି ପକାଇ କିଛି ସମତୁଲ କରାଯାଇ ନାହିଁ ଯାହା ଫଳରେ ଲୋକ ଭୟରେ ଗାଡିରୁ ଉଲ୍ଲାଇ ଚାଲି ଯିବାକୁ ପଡୁଛି l ଉକ୍ତ ରାସ୍ତା ରେ ଯାନବାହାନ ଚଳାଇବା ପାଇଁ ଲୋକେ ଭୟବିତ ହେଉଛନ୍ତି l ଏହି ରାସ୍ତା ଦେଇ ଦୈନନ୍ଦିନ ଅତିଜରୁରୀ ସାମଗ୍ରୀ, ଅଫିସ କାର୍ଯ୍ୟ ଏବଂ ବିଦ୍ୟାଳୟ କୁ ଯିବା ଆସିବା କରିଥାନ୍ତି l ପୁଣି ଆମ୍ବୁଲାନ୍ସ ଯିବା ବଡ଼ ଅସୁବିଧା ହେଉଛି ରୋଗୀl ଏହା ମରାମତି କରିଲେ ଯାତାୟାତ କରିପାରିବେ l ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ହେଉଛି ଏହା କିଛି ନୂଆ କଥା ନୁହେଁ l କାହାର ଜୀବନ ନ ଯିବା ପୂର୍ଵ ରାସ୍ତା ମରାମତି କଲେ ସାଧାରଣ ଲୋକ ଉପକୃତ ହେବେ l ଏହାକୁ ନେଇ ବେସରକାରୀ ଯନ୍ତ୍ରୀ କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ ଦୁଇ ଦିନ ଭିତରେ ସମାଧାନ କରି ଦିଆଯିବ ବୋଳି କହିଲେ l ଏହି ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଅଭିଯୋଗ ଯଦି ନ କଲେ ରାସ୍ତା ରୋକ କରିବୁ ବୋଳି କଡା ଚେତାବନି ଦେଇଛନ୍ତି l ମରାମତି ଜଲଦି କରିବାକୁ ସାଧାରଣ ରେ ଦାବି ହେଉଛି l ଦେଖା ଯାଉ କେବେ ରାସ୍ତା ତିଆରି ହେଉଛି ତାହା ଦେଖିବାକୁ ବାକି ରହିଲା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0