ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ ପ୍ରଶାସନ ଓ ପୋଲିସ ଟିମ ବିଜୟୀ

Dec 5, 2024 - 06:06
 0  111
ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ ପ୍ରଶାସନ ଓ ପୋଲିସ ଟିମ ବିଜୟୀ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୪/୧୨/୨୦୨୪ ରିଖ, ନବରଙ୍ଗପୁର ଷ୍ଟାଡିୟମ ଠାରେ ମଣ୍ଡେଇ ଲୋକ ମହୋତ୍ସଵ ଉପଲକ୍ଷେ ମଣ୍ଡେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଜିଲ୍ଲା ପ୍ରଶାସନ ଓ ବଣିକ ସଙ୍ଘ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ! ଏହି ମ୍ୟାଚ ରେ ଜିଲ୍ଲା ପ୍ରଶାସନ ୧୦ ଓଭର ରେ ୯୭ ରନ ର ପିଛା କରି ବିଜୟୀ ହୋଇଛି ! ଜିଲ୍ଲା ପ୍ରଶାସନ ଦଳର ଅଧିନାୟକ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ରହିଥିବା ବେଳେ ଉପ ଅଧିନାୟକ ଭାବେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଥିଲେ ! ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ ମନୋଜ ପାଣିଗ୍ରାହି,ରବୀନ୍ଦ୍ର ସାହୁ ଏବଂ ଶିଶିର ସୁନା ଅଂଶଗ୍ରହଣ କରିଥିଲେ ! ଉକ୍ତ ମ୍ୟାଚ ରେ ମନୋଜ ପାଣିଗ୍ରାହି ସର୍ବାଧିକ ୨୪ ରନ ଏବଂ ୨ ଟି ୱିକେଟ ନେଇ ମେନ୍ ଅଫ୍ ଦି ମ୍ୟାଚ ରହିଥିବା ବେଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ସାହୁ ଭଲ ଖେଳ ର ପ୍ରଦର୍ଶନ କରିଥିଲେ ! ଶିଶିର ସୁନା ସର୍ବାଧିକ ୩ ଟି ୱିକେଟ ହାସଲ କରିବାପରେ ସଫଳ ହୋଇଥିଲେ ! ରବୀନ୍ଦ୍ର ସାହୁ ଶେଷ ଓଭର୍ ରେ ଆବଶ୍ୟକ ୧୪ ରନ କରି ଜିଲ୍ଲା ପ୍ରଶାସନ ଦଳକୁ ବିଜୟୀ କରାଇଥିଲେ ! ଉକ୍ତ ମ୍ୟାଚ୍ ରେ ନବରଙ୍ଗପୁର ବିଡ଼ିଓ ସୁନିଲ ଖରା ଏବଂ ଡାବୁଗାଁ ତହସିଲଦାର ହରିଓଁ ଭୋଇ ଉତ୍ତମ ଫିଲ୍ଡିଂ ର ପ୍ରଦର୍ଶନ କରିଥିଲେ ! ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ମୟକ ଓ ନବୀନ ଚନ୍ଦ୍ର ନାୟକ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରି ଥିଲେ ! ଏହାପରେ ପୋଲିସ୍ ଟିମ୍ ଓ ଜିଲ୍ଲା ଓକିଲ ସଂଘ ଦଳ ମଧ୍ୟରେ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ! ଜିଲ୍ଲା ଓକିଲ ସଂଘ ୧୦ ଓଭରରେ ୫୮ ରନ କରିଥିଲେ ! ପୋଲିସ୍ ଟିମ୍ ୧୦ ଓଭରରେ ୬୪ ରନ କରି ବିଜୟୀ ହୋଇଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ